ଢେଙ୍କାନାଳ: ମହିନ୍ଦ୍ରା ଫାଇନାନ୍ସରେ ବିନା ବନ୍ଧକରେ ଲକ୍ଷାଧିକ ଟଙ୍କା ଅତି ସହଜରେ ଋଣ ମିଳିବ । ଏଥିପାଇଁ ମାତ୍ର ୪୦ରୁ ୫୦ ହଜାର ଟଙ୍କା ପ୍ରଥମେ ଦେବାକୁ ପଡିବ । ଋଣରେ ଦରକାର ପଡୁନି କାଗଜପତ୍ର ନା ଦରକର ବନ୍ଧକ । କେବଳ ୩୦ରୁ ୪୦ ହଜାର ଟଙ୍କା ଦେଲେ କାମ ଖତମ । ଆଉ ବିନା ଟେନସନରେ ମିଳିଯିବ ଲକ୍ଷ ଲକ୍ଷ ଟଙ୍କା । ଏପରି ଲକ୍ଷ ଲକ୍ଷ ଟଙ୍କା ଋଣ କରାଇଦେବା ଆଳରେ ନିଜକୁ ମହିନ୍ଦ୍ରା ଫାଇନାନ୍ସ କମ୍ପାନୀର କର୍ମଚାରୀ ପରିଚୟ ଦେଇ ଢେଙ୍କାନାଳ ସହର ସମେତ ଆଖପାଖ ଅଞ୍ଚଳର ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ ହୋଇଛି ।
ଋଣ କରିଦେବା ଆଳରେ ଲକ୍ଷ ଲକ୍ଷ ଟଙ୍କା ଠକେଇ, ଜଣେ ଗିରଫ
ମହିନ୍ଦ୍ରା ଫାଇନାନ୍ସରେ ବିନା ବନ୍ଧକରେ ଲକ୍ଷାଧିକ ଟଙ୍କା ଅତି ସହଜରେ ଋଣ ମିଳିବ। ଏଥିପାଇଁ ମାତ୍ର ୪୦ରୁ ୫୦ ହଜାର ଟଙ୍କା ପ୍ରଥମେ ଦେବାକୁ ପଡିବ । ଏପରି ଠକେଇରେ ସାମିଲ ଥିବା ଜଣେ ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ
ଆଉ ଏହି ଠକେଇ ଅଭିଯୋଗରେ ଢେଙ୍କାନାଳ ଟାଉନ ପୋଲିସ ଜଣେ ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଯୁବକ ଜଣଙ୍କ ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳର ଦେବାଶିଷ ରାଉତ ବୋଲି ଜଣାପଡିଛି । ଢେଙ୍କାନାଳ ସହରର ଅମାଲପଡ଼ାରେ ଏକ ଭଡାଘରେ ରହି ଦେବାଶିଷ ତା’ର ଏହି ଠକେଇ ନେଟୱର୍କ ଚଳାଇ ଆସୁଥିଲା । ତେବେ ଅଭିଯୋଗ ହେବାରୁ ଟାଉନ ପୋଲିସ ଆଜି(ରବିବାର) ଅମାଲପଡ଼ାରୁ ଏହି ଯୁବକଙ୍କୁ କାବୁ କରିଥିବା ଜଣାପଡ଼ିଛି । ତେବେ ଢେଙ୍କାନାଳ ସହର ଓ ଆଖପାଖ ଅଞ୍ଚଳରୁ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ଲୋକ ଏହି ଠକେଇର ଶିକାର ହୋଇଥିବା ଜଣାପଡିଛି । ଟାଉନ ଥାନାରେ ଏସଂକ୍ରାନ୍ତରେ ଏକ ଠକେଇ ମାମଲା ରୁଜ୍ଜୁ କରି ପୋଲିସ ଅଧିକ ତଦନ୍ତ ଚଳାଇଛି ।
ଇଟିଭି ଭାରତ, ଢେଙ୍କାନାଳ