ଓଡିଶା

odisha

By

Published : Oct 6, 2021, 7:32 PM IST

ETV Bharat / state

କଙ୍କା ନାଳରେ ଅନ୍ତର୍ଯ୍ୟାମୀ ନିଖୋଜ, ଖୋଜୁଛି ଅଗ୍ନିଶମ

ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ କଙ୍କା ନାଳରେ ଅଘଟଣ । ଗାଧୋଇବା ବେଳେ ଭାସିଯାଇ ବୃଦ୍ଧ ନିଖୋଜ । ସର୍ଚ୍ଚ ଜାରି ରଖିଛି ଅଗ୍ନିଶମ ଟିମ । ଅଧିକ ପଢନ୍ତୁ...

ଗାଧୋଇବା ବେଳେ ନାଳରେ ଭାସିଯାଇ ବୃଦ୍ଧ ନିଖୋଜ, ସର୍ଚ୍ଚ ଅପରେସନ ଜାରି
ଗାଧୋଇବା ବେଳେ ନାଳରେ ଭାସିଯାଇ ବୃଦ୍ଧ ନିଖୋଜ, ସର୍ଚ୍ଚ ଅପରେସନ ଜାରି

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ କଙ୍କା ନାଳରେ ଅଘଟଣ । ଗାଧୋଇବାକୁ ଯାଇଥିବାବେଳେ ଜଣେ ବୃଦ୍ଧ ପାଣି ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିବା ଜଣାପଡିଛି । ନିଖୋଜ ବୃଦ୍ଧଜଣଙ୍କ ସ୍ଥାନୀୟ ବାଇସିଂହା ଗ୍ରାମର ଅନ୍ତର୍ଯ୍ୟାମୀ ବେହେରା ବୋଲି ଜଣାପଡିଛି ।

ଗାଧୋଇବା ବେଳେ ନାଳରେ ଭାସିଯାଇ ବୃଦ୍ଧ ନିଖୋଜ, ସର୍ଚ୍ଚ ଅପରେସନ ଜାରି

ଖବର ପାଇ ଗଁନ୍ଦିଆ ଅଗ୍ନିଶମ ଟିମ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ନିଖୋଜ ବୃଦ୍ଧଙ୍କର ପତ୍ତା ମିଳି ପାରିନାହିଁ । ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେସନ ଜାରି ରହିଛି । ଅଗ୍ନିଶମ ଟିମର ବୁଡାଳିମାନେ ଅକ୍ସିଜେନ ଥଳୀ ସହ ନାଳରେ ବୁଡି ଖୋଜାଖୋଜି ଜାରି ରଖିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details