ଢେଙ୍କାନାଳ:ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗର ଆଢୁଆଳରେ ଚାଲିଥିଲା ମଦ କାରଖାନା । ଆଉ ଏହି କାରଖାନାରେ ବିଭିନ୍ନ ବ୍ରାଣ୍ଡର ନକଲି ବିଦେଶୀ ମଦ ପ୍ରସ୍ତୁତ କରି ବଜାରକୁ କରାଯାଉଥିଲା ଚାଲାଣ । ତେବେ ବିଶେଷ ସୂତ୍ରରୁ ଖବର ପାଇ କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଅଚାନକ ଯାଇ ଢେଙ୍କାନାଲ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ କହ୍ନେଇପାଳ ଗ୍ରାମରେ ଚଢ଼ାଉ କରିଥିଲା ।
ତେବେ ଏହି ନକଲି ମଦ କାରଖାନାରୁ ବିପୁଳ ପରିମାଣର ବିଭିନ୍ନ ବ୍ରାଣ୍ଡର ନକଲି ବିଦେଶୀ ମଦ ଓ ଏହି ମଦ ପ୍ରସ୍ତୁତ ପାଇଁ ବିପୁଳ ପରିମାଣର ସ୍ପିରିଟ, ରଙ୍ଗ, ମଦ ବୋତଲ , ବୋତଲ ଠିପି ଓ ଷ୍ଟିକର ଆଦି ଜବତ କରିଛି ସହ ଏହି ନକଲି ମଦ ତିଆରି କରୁଥିବା ମଦ ମାଫିଆକୁ ଗିରଫ କରିଛି ଅବକାରୀ ସ୍କ୍ୱାର୍ଡ । ଗିରଫ ମଦ ମାଫିଆ ହେଉଛନ୍ତି ଭୁବନ ଥାନା କହ୍ନେଇପାଳ ଗାଁର ବିଷ୍ଣୁଚରଣ ବେହେରା ।