ଢେଙ୍କାନାଳ: ଦୁଇ ପଇସା ରୋଜଗାର କରିବାକୁ ଯାଇ ଲକଡାଉନ ସମୟରେ ସୁରତରେ ଫସିଛନ୍ତି ପ୍ରବାସୀ ଓଡିଆ ଶ୍ରମିକ । ଗୁଜୁରାଟର ସୁରଟରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଅସରଡା, କାରନ୍ଦା, କୁକୁଟା, ରଞ୍ଜାଗଳ ଆଦି ପଞ୍ଚାୟତର ପ୍ରାୟ 60 ଜଣ ଶ୍ରମିକ ଫସିରହିଥିବା ଜଣା ପଡିଛି । ରୋଜଗାର ସନ୍ଦେହରେ ଘର ଛାଡି ସୁରଟ ଯାଇଥିବା ବେଳେ କୋରୋନା ସଂକ୍ରମଣ ପାଇଁ ଦେଶବ୍ୟାପୀ ଲକଡାଉନ ଘୋଷଣାରେ ଫସିଯାଇଛନ୍ତି ଏହି ଶ୍ରମିକ ।
ସୁରଟରେ ଓଡିଆ ଶ୍ରମିକଙ୍କ ଦୁଃଖ; ଉଦ୍ଧାର ପାଇଁ ସରକାରଙ୍କୁ ଗୁହାରି - ସୁରଟରେ ଢେଙ୍କାନାଳର ଶ୍ରମିକ
ଦୁଇ ପଇସା ରୋଜଗାର କରିବାକୁ ଯାଇ ଲକଡାଉନ ସମୟରେ ସୁରତରେ ଫସିଛନ୍ତି ପ୍ରବାସୀ ଓଡିଆ ଶ୍ରମିକ । ଗୁଜୁରାଟର ସୁରଟରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଅସରଡା, କାରନ୍ଦା, କୁକୁଟା, ରଞ୍ଜାଗଳ ଆଦି ପଞ୍ଚାୟତର ପ୍ରାୟ 60 ଜଣ ଶ୍ରମିକ ଫସିରହିଥିବା ଜଣା ପଡିଛି ।
![ସୁରଟରେ ଓଡିଆ ଶ୍ରମିକଙ୍କ ଦୁଃଖ; ଉଦ୍ଧାର ପାଇଁ ସରକାରଙ୍କୁ ଗୁହାରି odia migrant in surat, migran odia labour, odia migrants in trouble in surat, dhenkanal labours in surat, dhenkanal latest news, ସୁରଟରେ ଓଡିଆ ଶ୍ରମିକଙ୍କ ଦୁଃଖ, ପ୍ରବାସୀ ଓଡିଆ ଶ୍ରମିକ, ସୁରଟରେ ଓଡିଆ ଶ୍ରମିକ, ସୁରଟରେ ଢେଙ୍କାନାଳର ଶ୍ରମିକ, ଢେଙ୍କାନାଳ ଲାଟେଷ୍ଟ ନ୍ୟୁଜ୍](https://etvbharatimages.akamaized.net/etvbharat/prod-images/768-512-7213390-53-7213390-1589551220569.jpg)
ସୁରଟରେ ଓଡିଆ ଶ୍ରମିକଙ୍କ ଦୁଃଖ; ଉଦ୍ଧାର ପାଇଁ ସରକାରଙ୍କୁ କଲେ ଗୁହାରି
ସୁରଟରେ ଓଡିଆ ଶ୍ରମିକଙ୍କ ଦୁଃଖ; ଉଦ୍ଧାର ପାଇଁ ସରକାରଙ୍କୁ କଲେ ଗୁହାରି
ବର୍ତ୍ତମାନ ଲକଡାଉନ ପାଇଁ କାରଖାନା ବନ୍ଦ ପଡିଥିବାରୁ ଏବେ ଏମାନଙ୍କ ରୋଜଗାରରେ ତାଲା ପଡିଛି । ଏଥିସହ ପାଖରେ ଥିବା ଜମା ପୁଞ୍ଜି ସରିବାକୁ ବସିଥିବା ବେଳେ ଘରକୁ ଫେରିବା ବାଟ ବି ବନ୍ଦ ହୋଇଛି । ଯାହା ଏମାନଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଛି । ଏମିତିରେ ଅନ୍ୟ ଶ୍ରମିକଙ୍କ ପରି ଏମାନଙ୍କୁ ମଧ୍ୟ ନିଜ ଘରକୁ ଫେରାଇ ନେବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ଏହି ଶ୍ରମିକ ।
ଢେଙ୍କାନାଲରୁ ଉର୍ମିଳା ପାତ୍ର, ଇଟିଭି ଭାରତ