ଓଡିଶା

odisha

ETV Bharat / state

ସୁରଟରେ ଛାତରୁ ପଡି ଓଡିଆ ଯୁବକ ମୃତ, ଢେଙ୍କାନାଳ ପହଞ୍ଚିଲା ମୃତଦେହ - ସୁରଟରୁ ଆସିଲା ଓଡିଆ ଶ୍ରମିକଙ୍କ ମୃତଦେହ

ପରିବାର ପ୍ରତିପୋଷଣ ପାଇଁ ସୁଦୂର ଗୁଜୁରାଟର ସୁରଟ ସହରକୁ ଯାଇ ଏକ ସୂତା କାରଖାନାରେ କାମ କରୁଥିବା ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହଯୋଗରେ ଆଲୋକଙ୍କ ମରଶରୀର ଗାଁରେ ପହଞ୍ଚିବା ପରେ ଗାଁ ଶ୍ମଶାନରେ ସାମାଜିକ ଦୂରତା ବଜାୟ ରଖି ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହୋଇଥିଲା ।

dhenkanal latest news, odia migrant labour died in surat, deadbody of odia migrant returns from surat, central minister dharmendra pradhan, ସୁରଟରେ ଓଡିଆ ଯୁବକ ମୃତ, ଢେଙ୍କାନାଳ ଲାଟେଷ୍ଟ ନ୍ୟୁଜ୍‌, ସୁରଟରୁ ଢେଙ୍କାନାଳ ଫେରିଲା ଶ୍ରମିକଙ୍କ ମୃତଦେହ, ସୁରଟରୁ ଆସିଲା ଓଡିଆ ଶ୍ରମିକଙ୍କ ମୃତଦେହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ସୁରଟରେ ଛାତରୁ ପଡି ଓଡିଆ ଯୁବକ ମୃତ, ଢେଙ୍କାନାଳ ପହଞ୍ଚିଲା ମୃତଦେହ

By

Published : May 1, 2020, 10:30 PM IST

Updated : May 2, 2020, 11:27 AM IST

ଢେଙ୍କାନାଳ: ଲକଡାଉନରେ ମଉଳିଗଲା ନିରୀହ ଜୀବନ ଦୀପ । ପରିବାର ପ୍ରତିପୋଷଣ ପାଇଁ ସୁଦୂର ଗୁଜୁରାଟର ସୁରଟ ସହରକୁ ଯାଇ ଏକ ସୂତା କାରଖାନାରେ କାମ କରୁଥିବା ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ଲକଡାଉନ ଯୋଗୁଁ ଘରକୁ ଫେରି ନପାରି ନିଜ ମା'ଙ୍କ ସହ ମୋବାଇଲରେ କଥା ହେଉଥିବା ବେଳେ 4 ମହଲା କୋଠା ଉପରୁ ତଳକୁ ଖସି ପଡିଥିଲେ ସମ୍ପୃକ୍ତ ଯୁବକ । ଆଉ ଘଟଣାରେ ଆଖି ବୁଜିଥିଲେ ଢେଙ୍କାନାଳ ପରଜଙ୍ଗ କଙ୍କିଳି ଗ୍ରାମର କୁମୁଦ ନାୟକଙ୍କ ସାନ ପୁଅ ଆଲୋକ ନାୟକ । ହେଲେ ଲକଡାଉନରେ ପୁଅର ମରଶରୀର ଆଣିବା ସମ୍ଭବ ହେଉନଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାହାଯ୍ୟ ମାଗିଥିଲେ ପରିବାର ।

ସୁରଟରେ ଛାତରୁ ପଡି ଓଡିଆ ଯୁବକ ମୃତ, ଢେଙ୍କାନାଳ ପହଞ୍ଚିଲା ମୃତଦେହ

ସହାୟତା ସ୍ବରୂପ ଧର୍ମେନ୍ଦ୍ର ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଆଲୋକଙ୍କ ମୃତଦେହକୁ ଘରକୁ ଆଣିବାର ବ୍ୟବସ୍ଥା କରିଥିଲେ । ଶୁକ୍ରବାର ଏହି ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଆଲୋକଙ୍କ ମର ଶରୀର ଗାଁରେ ପହଞ୍ଚିଥିବା ବେଳେ ଗାଁରେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ । ସୂଚନା ଅନୁଯାୟୀ ଆଲୋକ ସୁରଟର ରାଜ କ୍ରସନ ସୂତା କାରଖାନାରେ ଶ୍ରମିକ ଥିବାବେଳେ ପାଣ୍ଡେରସ୍ଥିତ ସୁଧା କଲୋନୀରେ ସେ କିଛି ଓଡିଆ ବନ୍ଧୁଙ୍କ ସହ ରହୁଥିଲେ । ହେଲେ ଗତ 28 ତାରିଖରେ ମା’ଙ୍କ ସହ କଥା ହେଉଥିବା ବେଳେ ରହୁଥିବା ଘରର ଛାତରୁ ଅସାବଧାନତାବଶତଃ ତଳକୁ ଖସି ପଡିଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ସ୍ମିମର୍ସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହଯୋଗରେ ଆଲୋକଙ୍କ ମରଶରୀର ଗାଁରେ ପହଞ୍ଚିବା ପରେ ଗାଁ ଶ୍ମଶାନରେ ସାମାଜିକ ଦୂରତା ବଜାୟ ରଖି ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହୋଇଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : May 2, 2020, 11:27 AM IST

ABOUT THE AUTHOR

...view details