ଓଡିଶା

odisha

ETV Bharat / state

ଢେଙ୍କାନାଳରେ ଜମିବନି ବଣଭୋଜିର ଆସର, ରୋକ୍‌ ଲଗାଇଲେ ଜିଲ୍ଲାପାଳ - ପିକନକ ଓ ବଣଭୋଜି ଉପରେ ପ୍ରତିବନ୍ଧକ

ବଡଦିନ ଓ ନୂଆବର୍ଷ ପୂର୍ବରୁ ଢେଙ୍କାନାଳ ଜିଲ୍ଲାପାଳଙ୍କ କୋଭିଡ ସମୀକ୍ଷା । ସଂକ୍ରମଣ ଭୟକୁ ଦେଖି ଆଗୁଆ ବଣଭୋଜି ଉପରେ ରୋକ ଲଗାଇଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ ...

ଢେଙ୍କାନାଳରେ ଜମିବନି ବଣଭୋଜି ଆସର
ଢେଙ୍କାନାଳରେ ଜମିବନି ବଣଭୋଜି ଆସର

By

Published : Dec 16, 2020, 6:38 PM IST

ଢେଙ୍କାନାଳ: ଶୀତ ଦିନେ ଜମେ ବଣଭୋଜିର ଆସର । ଆଗକୁ ପୁଣି ଆସୁଛି ବଡଦିନ ଓ ନୂଆବର୍ଷ । ଏହି ଦିନରେ ବଣଭୋଜି ପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳ ଗୁଡିକରେ ଜନସମାଗମ ହୋଇଥାଏ । ତେବେ ରାଜ୍ୟରେ ସଂକ୍ରମଣ କମିଥିଲେ ମଧ୍ୟ ଏହାର ପ୍ରଭାବ ଏବେ ରହିଛି । ଯାହାକୁ ଦୃଷ୍ଟିରେ ରଖି ଢେଙ୍କାନାଳ ଜିଲ୍ଲାପାଳ ପିକନିକ ଓ ବଣଭୋଜି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏପରିକି ପର୍ଯ୍ୟଟନ ସ୍ଥଳଗୁଡିକରେ ମଧ୍ୟ ଜନସମାଗମକୁ ନିଷେଧ କରାଯାଇଛି । ଏହାକୁ ଖିଲାପ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କୋଭିଡ ଅଧିନିୟମ ଅନୁସାରେ ଜରିମାନା ସହ ଦଣ୍ଡିତ କରାଯିବ ।

ଢେଙ୍କାନାଳ କାର୍ଯ୍ୟାଳୟରେ ଭିଡିଓ କନଫରେନ୍ସି ଜରିଆରେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଜିଲ୍ଲାର କୋରୋନା ସ୍ଥିତି ସମୀକ୍ଷା କରିଥିଲେ । ଶୀତ ଦିନରେ ବଣଭୋଜି ରୋକାଯିବାକୁ ନେଇ ଗୁରୁତ୍ବାରୋପ କରିଥିଲେ । କାରଣ ଶୀତ ଦିନରେ ଅଧିକ ସଂକ୍ରମିତ ହେବାର ସମ୍ଭାବନା ରହିଛି । ଏଥିସହ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳ, ପରିବା ବଜାର, ଆମିଷ ବଜାର ଓ ହାଟ ଅଞ୍ଚଳମାନଙ୍କରେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା କଡାକଡି ଯାଞ୍ଚ କରାଯିବ ବୋଲି ଜିଲ୍ଲାପାଳ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ସମ୍ପୃକ୍ତ ଅଞ୍ଚଳର ଉପଜିଲ୍ଲାପାଳ, ତହସିଲଦାର ଓ ବିଡିଓମାନଙ୍କୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ। ଏହି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details