ଢେଙ୍କାନାଳ: ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ଥମିବାର ନା ଧରୁନି । ଦିନକୁ ଦିନ କରୋନା ମୃତ୍ୟୁ ସଂଖ୍ୟା ଉପର ମୁହାଁ ହେବାରେ ଲାଗିଛି।ଜିଲ୍ଲାରେ ଦୁଇଦିନରେ ୧୦ ଜୀବନ ନେଲାଣି କୋରୋନା । ଏହାକୁ ମିଶାଇ ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୮୫ରେ ପହଞ୍ଚିଛି । ମଙ୍ଗଳବାର ଦିନ ୫ ଜଣଙ୍କର କୋରୋନା ମହାମାରୀରେ ମୃତ୍ୟୁ ହୋଇଥିବାବେଳେ ଆଜି ମଧ୍ୟ ୫ ଜଣଙ୍କର କୋରୋନା ଜନିତ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ୪୩ବର୍ଷୀୟ ପୁରୁଷ, ୫୦ ବର୍ଷୀୟ ମହିଳା, ୫୪ବର୍ଷୀୟ ପୁରୁଷ, ସଦର ବ୍ଲକର ଦୁଇଜଣ ହେଲେ ୬୮ ବର୍ଷୀୟ ଓ ୭୦ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।
ଥମୁନି କୋରୋନା ମୃତ୍ୟୁ, 2 ଦିନରେ ଗଲାଣି ୧୦ ଜୀବନ - ଢେଙ୍କାନାଳ ଜିଲ୍ଲା ଖବର
ଢେଙ୍କାନାଳରେ ନିୟନ୍ତ୍ରଣକୁ ଆସୁନି ମୃତ୍ୟୁ ସଂଖ୍ୟା । 2 ଦିନରେ ଗଲାଣି ୧୦ ଜୀବନ । ଆଶଙ୍କାରେ ଜିଲ୍ଲାବାସୀ । ଅଧିକ ପଢନ୍ତୁ...
ଥମୁନି କୋରୋନା ମୃତ୍ୟୁ, 2 ଦିନରେ ଗଲାଣି ୧୦ ଜୀବନ
ସେହିପରି ଢେଙ୍କାନାଳ ମ୍ୟୁନିସପାଲଟିରୁ ୯୧ବର୍ଷୀୟ ବୃଦ୍ଧ, ଓଡାପଡା ବ୍ଳକର ୭୫ ବର୍ଷୀୟ ବୃଦ୍ଧ ଓ ଭୁବନ ବ୍ଲକର ୩୦ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗୋଟିଏ ପଟରେ ସଂକ୍ରମଣ ସଂଖ୍ୟା ଜିଲ୍ଲାରେ ଧୀରେ ଧୀରେ କମୁଥିବାବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ବୃଦ୍ଧି ପାଇବାରେ ଲାଗିଛି । ଯାହାକି ଜିଲ୍ଲାବାସୀଙ୍କ ପାଇ ଚିନ୍ତା ବଢାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ