ଢେଙ୍କାନାଳ :ନବମ ଶ୍ରେଣୀ ଝିଅକୁ ଅପହରଣ । ଏଭଳି ଅଭିଯୋଗ କରିଛନ୍ତି ଜିଲ୍ଲାର ଭୁବନ ବ୍ଲକ ଅନ୍ତର୍ଗତ ମହୁଲପାଳ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଝିଅକୁ ଦୁଇ ଦୁର୍ବୃତ୍ତ ଅପହରଣ କରିନେଇଥିବା ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁଯାୟୀ, ଗତ ନଭେମ୍ବର ମାସ ୨୯ ତାରିଖ ସନ୍ଧ୍ୟା ସମୟରେ ଝିଅଟି ଶୌଚ ହେବା ପାଇଁ ଯିବା ସମୟରେ ଦୁଇ ଜଣ ଯୁବକ ଜୋର ଜବରଦସ୍ତ ଉଠାଇନେଇ ଥିଲେ । ଏନେଇ ବାପା ମାଆ ଏବଂ ମହୁଲପାଳର ସରପଞ୍ଚ ଭୁବନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ହେଲେ ଆଜକୁ ଛଅ ଦିନ ବିତି ଯାଇଥିଲେ ମଧ୍ୟ ଭୁବନ ପୋଲିସ ଏପର୍ଯ୍ୟନ୍ତ ଦୋଷୀ କୁ ଧରିବା ତ ଦୁରକଥା କୌଣସି ପ୍ରକାର ତଦନ୍ତ ମଧ୍ୟ କରୁନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।