ଓଡିଶା

odisha

ETV Bharat / state

ମା ପ୍ରମୋଦା ବସ ଓଲଟି 30ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

ପୁଣିଥରେ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ । ସମ୍ବଲପୁରରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା । ସମସ୍ତ ଆହତ ମେଡିକାଲରେ ଭର୍ତ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ

By

Published : Nov 7, 2019, 8:06 AM IST

ଢେଙ୍କାନାଳ: ସମ୍ବଲପୁରରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ମା ପ୍ରମୋଦା ବସ ଭାରସାମ୍ୟ ହରାଇ ଓଲଟି ପଡିଛି । ଆଜି ଭୋର 4ଟା ବେଳେ ଢେଙ୍କାନାଳ ହିନ୍ଦୋଳ ଥାନା ପଡା ଛକ ନିକଟରେ ଏହି ଘଟଣା ଘଟିଛି । ଦୁର୍ଘଟଣାଗ୍ରସ୍ତ ବସରେ 50 ଜଣ ଯାତ୍ରୀ ଯାତ୍ରା କରୁଥିବା ବେଳେ ସେମାନଙ୍କ ମଧ୍ୟରୁ 30ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ

ବସ ଦୁର୍ଘଟଣାର ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିବା ସହ108 ଆମ୍ବୁଲାନ୍ସ ଯୋଗେ ଖଜୁରିଆକଟା, ହିନ୍ଦୋଳଓ ହତୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ 5ଜଣ ମହିଳାଙ୍କ ସମେତ 3ଜଣ ଶିଶୁ ଅଛନ୍ତି । ତେବେ କେଉଁ ପରିସ୍ଥିତିରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଛି ତାହା ସ୍ପଷ୍ଟ ହୋଇନାହିଁ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details