ଢେଙ୍କାନାଳ: ରାତିସାରା ସ୍କୁଲ ଶୌଚାଳୟରେ କାନ୍ଦୁଥିଲା ନବଜାତକ । କେହି ଜଣେ କୁଆଁରୀ ମା' ଲୋକଲଜ୍ୟା ସହି ନପାରି ସନ୍ତାନ ଜନ୍ମ କରି ଛାଡି ଚାଲି ଯାଇଥିଲା । ଶିଶୁର କୁଆଁ କୁଆଁ ଡାକ ଶୁଣି ସକାଳୁ ଗାଁ ଲୋକ ମିଶି ଛୁଆଟିକୁ ଉଦ୍ଧାର କଲେ । ଖୋଜାଖୋଜି ପରେ ଜଣାପଡିଥିଲା ଯେ, ଭୁବନ ଥାନା ଅଧୀନସ୍ଥ ଏକ ଗ୍ରାମର ଜଣେ କୁଆଁରୀ ମା' ଏହି ଶିଶୁଟିକୁ ଜନ୍ମ କରିଛନ୍ତି । ଫଳରେ ଲୋକଲଜ୍ଜା ଭୟରେ ଶିଶୁଟିକୁ ସ୍କୁଲ ଶୌଚାଳୟରେ ଛାଡି ଚାଲି ଯାଇଛନ୍ତି ।
ସୂଚନାନୁସାରେ, କିଛି ଦିନ ତଳେ ସେହି ଗ୍ରାମର ଖଗେଶ୍ବର ମୁଣ୍ଡା ଉକ୍ତ କୁଆଁରୀ କନ୍ୟାକୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ପରେ ଗର୍ଭବତୀ ହେବା ଜାଣି ଖଗେଶ୍ବର କେଉଁ ଆଡେ ଚାଲି ଯାଇଛନ୍ତି । ଏଭଳି ସ୍ଥିତିରେ ବୁଧବାର ମଧ୍ୟରାତ୍ରୀରେ ଗାଁ ସ୍କୁଲରେ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ।