ଓଡିଶା

odisha

ETV Bharat / state

ଶିଶୁ କନ୍ୟାର ମୃତ୍ୟୁ: ଚିକିତ୍ସା ବଦଳରେ ମିଳିଲା ଧମକ

ମୁଖ୍ୟ ଡାକ୍ତର ଖାନାରେ ସଦ୍ୟଜାତ ଶିଶୁ କନ୍ୟାର ମୃତ୍ୟୁକୁ ନେଇ ଚିକିତ୍ସାରେ ଅବହେଳା ଅଭିଯୋଗ । ଚିକିତ୍ସା ବଦଳରେ ମିଳିଲା ଧମକ । ଅଧିକ ପଢ଼ନ୍ତୁ

ଜନ୍ମିତ ଶିଶୁ କନ୍ୟାର ମୃତ୍ୟୁ : ଚିକିତ୍ସା ବଦଳରେ ମିଳିଲା ଧମକ
ଜନ୍ମିତ ଶିଶୁ କନ୍ୟାର ମୃତ୍ୟୁ : ଚିକିତ୍ସା ବଦଳରେ ମିଳିଲା ଧମକ

By

Published : Jul 5, 2022, 10:58 PM IST

ଢେଙ୍କାନାଳ:ବଡ଼ ଡାକ୍ତରଖାନା, ଭଲ ଚିକିତ୍ସା ମିଳିବ । ଏଥିପାଇଁ ବଡ଼ ଆଶା ନେଇ ଆସିଥିଲେ ଦମ୍ପତି । ଆଉ ନିରାଶରେ ଫେରିଲେ । ଚିକିତ୍ସା ବଦଳରେ ମିଳିଲା ଧମକ । ଉତ୍ତମ ଚିକିତ୍ସାର ଆଶା ନେଇ ଆସୁଥିବା ଲୋକ ଓ ରୋଗୀ ମାନଙ୍କ କ୍ଷେତ୍ରରେ ବାରମ୍ବାର ଏଭଳି ଅଭାବନୀୟ ପରିସ୍ଥିତି ଉପୁଜୁଛି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ । ଏପରିକି ପ୍ରସୂତୀ ପାଇଁ ଯାଜପୁର ଜିଲ୍ଲାରୁ ଗତ କାଲି ଠାରୁ ଆସିଥିବା ଜଣେ ପ୍ରସୂତୀ ଜନ୍ମ ଦେଇଥିବା ଏକ କନ୍ୟା ସନ୍ତାନର ମୃତ୍ୟୁକୁ ନେଇ ପୁଣି ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଏହି ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଚିକିତ୍ସା ଅବହେଳା ଅଭିଯୋଗ ଉଠିଛି ।

ଜନ୍ମିତ ଶିଶୁ କନ୍ୟାର ମୃତ୍ୟୁ : ଚିକିତ୍ସା ବଦଳରେ ମିଳିଲା ଧମକ

ଯାଜପୁର ଜିଲ୍ଲା ସୁକିନ୍ଦା ଦାମୋଦରପୁର ଗ୍ରାମର ସଞ୍ଜୟ ଖିଲାର ତାଙ୍କ ପତ୍ନୀ ମୀରା ଦାସଙ୍କୁ ପ୍ରସୂତୀ ପାଇଁ ଗତକାଲି ସକାଳ ୧୦ଟାରେ ଏହି ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଭର୍ତ୍ତି କରିଥିଲେ । ତେବେ ରାତି ପ୍ରାୟ ୧୦ଟାରେ ଗର୍ଭଯନ୍ତ୍ରଣା ଅସହ୍ୟ କରିବାରୁ ସଞ୍ଜୟ ଡାକ୍ତରଙ୍କୁ ଭେଟି ଚିକିତ୍ସା ପାଇଁ ଅନୁରୋଧ କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ଇଞ୍ଜେକସନ ଦେଇ ଚୁପ୍ ହୋଇ ରହିଗଲେ ।

ରାତିରେ ଗର୍ଭ ଯନ୍ତ୍ରଣା ଅସହ୍ୟ କରିଥିଲେ ମଧ୍ୟ ଡାକ୍ତର ଆଉ ଶୁଣି ନଥିଲେ । ଫଳରେ ଭୋର ପ୍ରାୟ ୩ଟା ସମୟରେ ଏକ ଶିଶୁ କନ୍ୟା ଜନ୍ମ ହେବାପରେ ତାର ମୃତ୍ୟୁ ଘଟିଥିବା ଜଣାପଡିଥିଲା । ଏପରି ସମ୍ବେଦନଶୀଳ ପରିସ୍ଥିତିରେ ଶିଶୁ କନ୍ୟା ଓ ପ୍ରସୂତୀ ମହିଳାଙ୍କୁ ସଠିକ ଚିକିତ୍ସା ଦେବା ବଦଳରେ ପାଲାଟା ତୁରନ୍ତ ଏହି ମୃତ ଶିଶୁ କନ୍ୟା ସହ ପ୍ରସୂତୀ ମହିଳାଙ୍କୁ ନେଇ ଚାଲିଯିବାକୁ ପ୍ରସୂତି ବିଭାର ଡାକ୍ତର ଓ କର୍ମଚାରୀ ମାନେ ଉକ୍ତ ଦମ୍ପତିଙ୍କୁ ଧମକ ଦେଇଥିବା ଅଭିଯୋଗ ଉଠିଛି । ଯାହାକି ଡାକ୍ତରଖାନାର ରୋଗୀ ମାନଙ୍କ ମହଲରେ ବେଶ ଆଲୋଡ଼ନ ସୃଷ୍ଟି କରିଛି । ଏପରି ପରିସ୍ଥିତି ପାଇଁ ଡାକ୍ତର ଓ କର୍ମଚାରୀଙ୍କ ଚିକିତ୍ସା ଅବହେଳାକୁ ଦାୟୀ କରିଛନ୍ତି ଦମ୍ପତି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details