ଢେଙ୍କାନାଳ: ଆସନ୍ତା ନଭେମ୍ବର ୩ ରୁ ନଭେମ୍ବର ୮ ପର୍ଯ୍ୟନ୍ତ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’ ଖେଳାଯିବ । ଏହି ପ୍ରତିଯୋଗିତାରେ ଘରୋଇ ଫୁଟବଲ ଟିମ ସହ ୮ଟି ରାଜ୍ୟରୁ ୮ଟି ଦଳ ଅଂଶଗ୍ରହଣ କରିବେ । ଏହି ଟୁର୍ଣ୍ଣାମେଣ୍ଟ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାରେ ଖେଳାଯିବ । ନଭେମ୍ବର ୩ରେ ଢେଙ୍କାନାଳ ମିନି ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ୍ ଅନୁଷ୍ଠିତ ହେବ । ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ ।
ଏହି ପ୍ରତିଯୋଗିତାରେ ଘରୋଇ ଫୁଟବଲ ଟିମ ସହ ଓଡ଼ିଶା, ମୁମ୍ବାଇର କେନକ୍ରେ ଏଫସି, ଗୋଆର ଚର୍ଚ୍ଚିଲ ବ୍ରଦର୍ସ ଏଫସି, କେରଳର ଗୋକୁଲମ କେରଳ ଏଫସି, ମଣିପୁରର ଶ୍ରୀନିଧି ଡେକାନ ଏଫସି, ଦିଲ୍ଲୀର ଏଫସି ଦିଲ୍ଲୀ, ରାଜସ୍ଥାନର ରାଜସ୍ଥାନ ୟୁନାଇଟେଡ୍ ଏଫସି, ପଶ୍ଚିମବଙ୍ଗର ମହମ୍ମେଦାନ ଏସସି ପ୍ରଭୁତି ଦଳ ଅଂଶଗ୍ରହଣ କରିବେ । ଢେଙ୍କାନାଳ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ସହ ଦୁଇଟି ମ୍ୟାଚ ଖେଳାଯିବ । ଏହାବ୍ୟତିତ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ପାଇଁ ଅତିରିକ୍ତ ଆସାମର ବୋଦୋ ଲ୍ୟାଣ୍ଡ୍ ମଧ୍ୟ ସାମିଲ ହେବ । ଢେଙ୍କାନାଳ ମିନି ଷ୍ଟାଡିୟମ, ଅନୁଗୋଳର କଦମ ପଡିଆ, ତାଳଚେରର ବ୍ଲାକ ଡାଇମଣ୍ଡ ଷ୍ଟାଡିୟମ ଠାରେ ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହେବ । ଆମେ ଓଡ଼ିଆ’ ସଂଗଠନର ସମ୍ପାଦକ ସଂଗ୍ରାମ ପାତ୍ର କହିଛନ୍ତି ଯେ ସର୍ବଭାରତୀୟ ଫୁଟବଲ ସଂଘ(AIFF) ସହଯୋଗରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ହେଉଛି ।
ନଭେମ୍ବର ୩ରେ ଢେଙ୍କାନାଳ ମିନି ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ୍ ଅନୁଷ୍ଠିତ ହେବ । ଓଡ଼ିଶା ଟିମ୍ ଓ ମୁମ୍ବାଇର କେନକ୍ରେ ଏଫସି ମଧ୍ୟରେ ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ୍ ଖେଳାଯିବ । ସେହିଠାରେ ଗୋଆର ଚର୍ଚ୍ଚିଲ ବ୍ରଦର୍ସ ଏଫସି ଓ କେରଳର ଗୋକୁଲମ କେରଳ ଏଫସି ମଧ୍ୟରେ ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚ୍ ଖେଳାଯିବ । ଉଦଘାଟନୀ ସମାରୋହରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ । ସେହିପରି ନଭେମ୍ବର ୪ରେ ଅନୁଗୋଳର କଦମ ପଡିଆରେ ମଣିପୁରର ଶ୍ରୀନିଧି ଡେକାନ ଏଫସି ଏବଂ ଦିଲ୍ଲୀର ଦିଲ୍ଲୀ ଏଫସି ମଧ୍ୟରେ ତୃତୀୟ କ୍ୱାଟର ଫାଇନାଲ ଖେଳାଯିବ । ରାଜସ୍ଥାନର ରାଜସ୍ଥାନ ୟୁନାଇଟେଡ୍ ଏଫସି ଏବଂ ପଶ୍ଚିମବଙ୍ଗର ମହମ୍ମେଦାନ ଏସସି ମଧ୍ୟରେ ଚତୁର୍ଥ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ନଭେମ୍ବର ୬ରେ କଦମ ପଡିଆରେ କ୍ୱାଟର ଫାଇନାଲରେ ବିଜୟୀ ୪ଟି ଟିମ୍ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ସେମି ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ।