ଓଡିଶା

odisha

By

Published : Dec 14, 2020, 8:02 PM IST

ETV Bharat / state

ନବ ନିର୍ମାଣ କୃଷକ ସଙ୍ଗଠନ ନେତୃତ୍ବରେ ଢେଙ୍କାନାଳରେ ଗଣଧାରଣା

ଢେଙ୍କାନାଳରେ ଆଜି(ସୋମବାର) କୃଷକ ସଂଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ।

ନବ ନିର୍ମାଣ କୃଷକ ସଙ୍ଗଠନ ନେତୃତ୍ବରେ ଢେଙ୍କାନାଳରେ ଗଣଧାରଣା
ନବ ନିର୍ମାଣ କୃଷକ ସଙ୍ଗଠନ ନେତୃତ୍ବରେ ଢେଙ୍କାନାଳରେ ଗଣଧାରଣା

ଢେଙ୍କାନାଳ: ତେଜୁଛି ଚାଷୀ ଆନ୍ଦୋଳନ । ଯାହାର ପ୍ରଭାବ ଏବେ ଅଧିକାଂଶ ରାଜ୍ୟରେ ମଧ୍ୟ ଏହି ଚାଷୀ ଆନ୍ଦୋଳନର ପ୍ରଭାବ ପଡୁଥିବା ଦେଖାଯାଇଛି । ଏନେଇ ଢେଙ୍କାନାଳରେ ଆଜି(ସୋମବାର) କୃଷକ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା କରାଯାଇଛି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

କେନ୍ଦ୍ର ସରକାରଙ୍କ ନୂତନ କୃଷି ନୀତିକୁ ବିରୋଧ କରି ଜାରି ରହିଥିବା କୃଷକ ଆନ୍ଦୋଳନ ଆଜି ପୁଣି ଢେଙ୍କାନାଳରେ ଦେଖିବାକୁ ମିଳିଛି । ସଂଯୁକ୍ତ କିଷାନ ମଞ୍ଚ ଡ଼ାକରାରେ ଢେଙ୍କାନାଳ ନବ ନିର୍ମାଣ କୃଷକ ସଙ୍ଗଠନ ନେତୃତ୍ବରେ ଏହି ଆନ୍ଦୋଳନ କରାଯାଉଛି ।

ଏହି ସଙ୍ଗଠନ ପକ୍ଷରୁ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ନୂତନ କୃଷି ନୀତି କୃଷକ ମାରଣ ବୋଲି ପ୍ରତିବାଦ କରିଛନ୍ତି ଆନ୍ଦୋଳନକାରୀ । ତୁରନ୍ତ ଏହାକୁ ସଂପୂର୍ଣ୍ଣ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି । ଅନ୍ୟଥା ଏହି ଗଣଧାରଣା ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି କୃଷକ ନେତା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details