ଢେଙ୍କାନାଳ: ମହାମାରୀ କୋରନା ସଂକ୍ରମଣରୁ ରକ୍ଷା ପାଇଁ ସରକାରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ପର୍ଯ୍ୟନ୍ତ ସମସ୍ତେ ସଚେତନ ପାଇଁ ଉଦ୍ୟମ କରୁଛନ୍ତି । ତେବେ ଢେଙ୍କାନାଳ ଜଣେ କଳାକାର ନିଆରା ଢଙ୍ଗରେ ଗାଁ ଗାଁ ବୁଲି କୋରନାକୁ ନେଇ ଲୋକଙ୍କୁ ସଚେତନ କରିବା ଜାରି ରଖିଛନ୍ତି ।
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ପଡା ଗ୍ରାମର ପବିତ୍ର ମୋହନ ବିଶ୍ବାଳ ହେଲେ ଜଣେ ହେଲେ କେନ୍ଦରା ବାଦକ । ରାଜ୍ୟ ସରକାରଙ୍କ ପୁରସ୍କାର ପ୍ରାପ୍ତ ପବିତ୍ର କେନ୍ଦରା ବଜାଇ କୋରୋନାକୁ ନେଇ ଗୀତ ମାଧ୍ୟମରେ ଗାଁ କୁ ଗାଁ ବୁଲୁଥିବା ସଚେତନତା କରୁଛନ୍ତି ।