ଢେଙ୍କାନାଳ: ଗ୍ରାହକଙ୍କ ତଣ୍ଟି କାଟି ଦେଲା ଗୁପଚୁପ ବିକାଳି । ପିଆଜ କଟା ଛୁରୀରେ ତଣ୍ଟିକାଟି ହତ୍ଯା କରିଥିବା ସୂଚନା । ଅଭିଯୁକ୍ତ ଗୁପଚୁପ ବିକାଳି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବାବେଳେ ତଦନ୍ତ କରି ଗିରଫ କରିଛି ପରଜଙ୍ଗ ପୋଲିସ ।
ଏପରି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ପାଳସାହିରେ । ମୃତ ଯୁବକ ଜଣଙ୍କ ପାଳସାହିର ବିଭୂତି ସାହୁ । ଜଗବନ୍ଧୁ ସାହୁ ନାମକ ଜଣେ ଗୁପଚୁପ ବିକାଳି ଠାରୁ ବିଭୂତି ଗୁପଚୁପ ଖାଇ ପଇସା ଦେଇନଥିଲେ । ସବୁଦିନ ପରି ବୁଧବାର ରାତିରେ ଗୁପଚୁପ ବିକ୍ରି କରିସାରି ଜଗବନ୍ଧୁ ଘରକୁ ଫେରୁଥିଲେ । ବାଟରେ ରାତି ପ୍ରାୟ ୧୦ଟା ସମୟରେ ବିଭୂତି, ଜଗବନ୍ଧୁଙ୍କୁ ଅଟକାଇ ଗୁପଚୁପ ଦେବାକୁ କହିଥିଲେ । ବାକି ପଇସା ଥିବାରୁ ଜଗବନ୍ଧୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡରୁ ହାତାହାତି ହୋଇଥିଲେ ।