ଢେଙ୍କାନାଳ: କୋରୋନା ମୁକାବିଲା ପାଇଁ ଚାଲିଥିବା ମହାସଂଗ୍ରାମରେ ପୌର ସଫେଇ କର୍ମଚାରୀଙ୍କୁ ଅନ୍ୟତମ ଯୋଦ୍ଧା କୁହାଯାଉଛି । ଏହି ପରିପ୍ରେକ୍ଷୀରେ ପୌର କର୍ମଚାରୀ ମାନଙ୍କୁ ମନେ ପକାଇଛନ୍ତି ଢେଙ୍କାନାଳର କିଛି ଯୁବ ସମାଜସେବୀ । ସୋମବାର ଯୁବ ସମାଜସେବୀ ମାତୃପ୍ରସାଦ ନନ୍ଦ, ମଣ୍ଟୁ ଦାସ, ଦିପୁ ପଟ୍ଟନାୟକ ଓ ସସ୍ମିତା ସାମଲ ପ୍ରମୁଖ ଢେଙ୍କାନାଳ ସହରର କୁଞ୍ଜକାନ୍ତ ସ୍ଥିତ ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟରରେ ପହଞ୍ଚିଥିଲେ ।
କୋରୋନା ଲଢେଇ: ପୌର ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲେ ଯୁବ ସମାଜସେବୀ - dhenakanal news
ଢେଙ୍କାନାଳ ସହରର କୁଞ୍ଜକାନ୍ତ ସ୍ଥିତ ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟରରେ ପୌର ସଫେଇ କର୍ମଚାରୀଙ୍କୁ କୋରୋନା ସଚେତନ କରିବା ସହ ସମ୍ବର୍ଦ୍ଧିତ କଲେ ଯୁବ ସମାଜସେବୀ ।
କୋରୋନା ଲଢେଇ: ପୌର ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲେ ଯୁବ ସମାଜସେବୀ
ସେଠାରେ ପୌର ସଫେଇ କର୍ମଚାରୀ ମାନଙ୍କୁ କୋରୋନା ସଂକ୍ରମଣରୁ କିପରି ସାବଧାନ ରହିବେ ସେ ସମ୍ପର୍କରେ ସଚେତନ କରିବା ସହ ସମ୍ବର୍ଦ୍ଧିତ କରିଥିଲେ । ସ୍ଥାନୀୟ ଅଞ୍ଚଳର ପୂର୍ବତନ କାଉନସିଲର ସନ୍ତୋଷ ରାଉତ ଏନେଇ ସୂଚନା ଦେଇଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ
Last Updated : Apr 28, 2020, 12:29 AM IST