ଢେଙ୍କାନାଳ:ଦାରିଦ୍ର୍ୟତାରବିକଳ ଚିତ୍ର । ମାତ୍ର ଖଣ୍ଡେ ଲୁଗା ଓ ୧୦୦ ଟଙ୍କା ପାଇଁ ନବଜାତ ପୁତ୍ରକୁ ଅନ୍ୟ ହାତକୁ ଟେକିଦେଲା ଜନ୍ମକଲା ମାଆ । ଏଭଳି ଏକ କୋହଭରା ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ।
ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାରଙ୍କ ଅନେକ ଯୋଜନା ରହିଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ କାମାକ୍ଷାନଗର ଅଞ୍ଚଳରୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ଅଭାବ ଅନଟନରେ ସନ୍ତୁଳି ହୋଇ ଶେଷରେ ନିଜ ନବଜାତକ ପୁତ୍ରକୁ ବିକ୍ରି କରିଛି ଏକ ଅଭାବୀ ମାଆ । ମାତ୍ର ଖଣ୍ଡେ ଲୁଗା ଓ 100ଟଙ୍କା ଦରରେ ନିଜ ଜନ୍ମିତ ଶିଶୁକୁ ଅନ୍ୟହାତକୁ ଟେକି ଦେଇଥିବା ଅଭିଯୋଗ ହୋଇଛି ।
ଏହାମଧ୍ୟ ପଢନ୍ତୁ.. ଆର୍ଥିକ ଅନଟନରୁ ଶିଶୁ ବିକ୍ରି ! ଅଢେଇ ଲକ୍ଷରେ ନବଜାତକୁ ବିକିଲା ବାପା
ସୂଚନା ଅନୁଯାୟୀ କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରିଡାମାଳିର କେନାଲ ନିକଟରେ ଥିବା ଆଦିବାସୀ ବସ୍ତିରେ ଏକ ଅର୍ଦ୍ଧନିର୍ମିତ ଘରେ ଜେମା ଚାମ୍ପିଆ ନାମକ ଜଣେ ମହିଳା ରୁହନ୍ତି । ଜେମା ଚାମ୍ପିଆଙ୍କ ସ୍ବାମୀ ବାପୁନ ଚାମ୍ପିଆ କିଛିଦିନ ତଳେ କୌଣସି ଏକ ମାମଲାରେ ଜେଲରେ ଅଛନ୍ତି। ସ୍ବାମୀ ଜେଲ ଯିବା ପରେ ଜେମା ନିଜର ଦୁଇ ଶିଶୁଙ୍କ ସହ ନେଇ ସମ୍ପୂର୍ଣ୍ଣ ଅସହାୟ ହୋଇ ପଡିଛନ୍ତି । ଗୋଟିଏ ପଟରେ ସ୍ୱାମୀକୁ ଜେଲରୁ ମୁକୁଳାଇବାର ଚିନ୍ତା ଆଉ ଗୋଟେ ପଟେ ଦୁଇ ଶିଶୁଙ୍କ ଲାଳନ ପାଳନ । ଏହାମଧ୍ୟରେ ନିଜର ତୃତୀୟ ଶିଶୁକୁ ଜନ୍ମ ଦେଇଥିଲେ ଚାମ୍ପିଆ ।