ଓଡିଶା

odisha

By

Published : Dec 24, 2019, 5:55 PM IST

ETV Bharat / state

ହଜିଗଲା ମାନବିକତା: ଶାଶୂକୁ ଲହୁଲୁହାଣ କଲେ ଦୁଇ ବୋହୂ

75 ବର୍ଷୀୟା ମୁକୁତା ନାୟକଙ୍କର ଦୁଇ ବୋହୁ ଡଲି ଓ ମିରା । ମୁକୁତାଙ୍କ ଅଭିଯୋଗ ମୁତାବକ ଦୁଇ ବୋହୂ ତାଙ୍କୁ ଅକଥନୀୟ ଯନ୍ତ୍ରଣା ଦେଇଛନ୍ତି। ଅଧିକ ପଢନ୍ତୁ...

ହଜିଗଲା ମାନବିକତା: ଶାଶୂକୁ ଲହୁଲୁହାଣ କଲେ ଦୁଇ ବୋହୂ
ହଜିଗଲା ମାନବିକତା: ଶାଶୂକୁ ଲହୁଲୁହାଣ କଲେ ଦୁଇ ବୋହୂ

ଢେଙ୍କାନାଳ: ପୁଅ ବାହା କଲା । ଘରକୁ ଆସିଲେ ଦୁଇ ବୋହୂ । ଶାଶୂର ଖୁସି କହିଲେ ନସରେ। ଏଣିକି ଖାଇବ ବୋହୂ ପରସା । କିନ୍ତୁ ସେବା ବଦଳରେ ଖାଉଛି ମାଡ। ଏପରି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ NAC ଲତାବିଲ ଗ୍ରାମରେ।

ହଜିଗଲା ମାନବିକତା: ଶାଶୂକୁ ଲହୁଲୁହାଣ କଲେ ଦୁଇ ବୋହୂ

75 ବର୍ଷିୟା ମୁକୁତା ନାୟକଙ୍କର ଦୁଇ ବୋହୁ ଡଲି ଓ ମିରା । ମୁକୁତାଙ୍କ ଅଭିଯୋଗ ମୁତାବକ ଦୁଇ ବୋହୂ ତାଙ୍କୁ ଅକଥନୀୟ ଯନ୍ତ୍ରଣା ଦେଇଛନ୍ତି। ଏପରିକି ମଙ୍ଗଳବାର ସାନବୋହୁ ବାରଣ୍ଡାରେ ରଖିଥିବା ପାଣିରେ ମୁକୁତା ଧୋଇ ହୋଇପଡିବାରୁ ବୋହୂ ପାଟିତୁଣ୍ଡ କରିଥିଲା । ପରେ ଦୁଇ ବୋହୂ ଶାଶୁଙ୍କୁ ନିର୍ଦ୍ଧୁମ ମାଡ ମାରିବା ସହ ଧକ୍କା ମାରିଥିଲେ। କାନ୍ଥରେ ବାଡେଇ ଦେବାରୁ ମୁକୁତାଙ୍କ ମୁହଁରେ କ୍ଷତ ହୋଇ ଲହୁ ଲୁହାଣ ହୋଇଥିଲେ ।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୁକୁତା ନ୍ୟାୟ ପାଇଁ ଭୁବନ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଏନେଇ ଭୁବନ ଥାନାରେ ଅଭିଯୋଗ ପରେ ପୋଲିସ ତାଙ୍କୁ ଚିକିତ୍ସା କରାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।


ସୂଚନା ଥାଉକି, ସ୍ବାମୀ ନରହରି ନାୟକଙ୍କ 30 ବର୍ଷ ପୂର୍ବେ ଦେହାନ୍ତ ପରଠାରୁ ମୁକୁତା କାଠ ବିକ୍ରି କରି ପିଲାଙ୍କୁ ଛୋଟରୁ ବଡ କରିଥିଲେ । ତେବେ ଦୁଇ ବୋହୂ ଶାଶୁକୁ ଗାଳି ମାଡ ଦେବା ସମୟରେ ଦୁଇ ପୁଅ ଚୁପ୍ ରହୁଥିବା ଘଟଣା ଭୁବନରେ ବେଶ ଆଲୋଡନ ସୃଷ୍ଟି କରିଛି।


ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details