ଢେଙ୍କାନାଳ: ସଦର ଥାନା ଅନ୍ତର୍ଗତ ପଦ୍ମନାଭପୁର ନିକଟରୁ ମୃତଦେହ ଉଦ୍ଧାର। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ସେହି ମୃତଦେହଟି 4 ଦିନ ଧରି ଆଠଗଡ଼ରୁ ନିଖୋଜ ଥିବା ଯୁବକଙ୍କ ହୋଇଥିବା ସୂଚନା ମିଳିଛି।
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମ ନିକଟସ୍ଥ ଶଙ୍କରପୁର ମୁଖ୍ୟ ରାସ୍ତା ପାର୍ଶ୍ଵରେ ପଥର ଖଣିରେ ଜଣକ ମୃତଦେହ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ମୃତକ ଜଣଙ୍କ ଆଠଗଡ଼ ବିରକିଶୋରପୁରର ସୂର୍ଯ୍ୟ ପ୍ରତାପ ତ୍ରିପାଠୀ ବୋଲି ଜଣାପଡ଼ିଛି । ମୃତ ଯୁବକଙ୍କ ଶରୀର କ୍ଷତ ବିକ୍ଷତ ହୋଇଥିବା ସହ ମୃତଦେହ ପାଖରୁ ସୂର୍ଯ୍ୟଙ୍କ ବାଇକ ମିଳିଥିଲା।