ଢେଙ୍କାନାଳ:ନିଖୋଜର ୧୩ ଦିନ ପରେ ମିଳିଲା ମୃତଦେହ । ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ହଳଦିଆ ବାହାଳ କେନାଲ ନିକଟରୁ ଯୁବକଙ୍କ ମୃତଦେହ ଗଳିତ ଅବସ୍ଥାରେ ଠାବ ହୋଇଛି । ତେବେ ମୃତ ଯୁବକ ଜଣଙ୍କ ମୋଟଙ୍ଗା ଥାନା ଅନ୍ତର୍ଗତ ପୋଡା ପଡା ଗ୍ରାମର କେଦାରନାଥ କରଣ ବୋଲି ଜଣାପଡିଛି ।
ସୂଚନା ମୁତାବକ, ଭୋଜି କରିବାକୁ ଘରୁ ଡାକି ନେଇଥିଲେ ସାଙ୍ଗ । ଆଉ ୧୨ଦିନ ହେଲା ମିଳିପାରିଲା ନଥିଲା ଯୁବକଙ୍କ କୌଣସି ପତ୍ତା । ଏନେଇ ଥାନାରେ ପରିବାର ଲୋକେ ମଧ୍ୟ ଅଭିଯୋଗ କରିଥିଲେ । ହେଲେ ପୋଲିସ କେବଳ ନିଖୋଜ ବୋଲି ଡାଇରୀ ଟିଏ କରି ହାତ ବାନ୍ଧି ବସି ପଡ଼ିଲା । ଆଉ ଏବେ ନିଖୋଜର ୧୩ ଦିନ ପରେ ମିଳିଛି ନିଖୋଜ ଯୁବକଙ୍କ ଗଳିତ ମୃତଦେହ । ଫଳରେ ମୃତ ଯୁବକଙ୍କ ପରିବାର ଲୋକେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି ।