ଢେଙ୍କାନାଳ: ସୋମବାର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୂଆଳୋ ନିକଟସ୍ଥ ରେଙ୍ଗାଲି ବାମପାର୍ଶ୍ବ କେନାଲରେ ଜଣେ କାଉଡିଆ ବୁଡିଯାଇ ନିଖୋଜ ହୋଇଯାଇଥିଲେ । ଦିନକ ପରେ ନିଖୋଜ କାଉଡିଆଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ତାଳଚେର ଅଞ୍ଚଳର ମହେଶ୍ବର ବାରିକ୍ । ଆଜି(ମଙ୍ଗଳବାର) ସକାଳେ ତାଙ୍କର ମୃତଦେହ କେନାଲରେ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ସେମାନେ ଓଡ୍ରାଫ ଟିମକୁ ଖବର ଦେବା ପରେ ଟିମ୍ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରିଛି । ଏହାପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି ।
ଏହାମଧ୍ୟ ପଢନ୍ତୁ:ଶ୍ରାବଣ ସୋମବାରରେ ଅଘଟଣ, ବ୍ରାହ୍ମଣୀ ନଦୀରେ ବୁଡ଼ ପକାଇବାବେଳେ ବୁଡିଗଲେ କାଉଡିଆ