ଓଡିଶା

odisha

ETV Bharat / state

ଅବକାରୀ ଅଧିକାରୀଙ୍କ ଘରୁ ଟଙ୍କା-ସୁନା ଲୁଟି ନେଲେ ଦିର୍ବୃତ୍ତ - ଅବକାରୀ ଅଧିକାରୀଙ୍କ ଘରୁ ଲୁଟ

ଅବକାରି ଅଧିକାରୀଙ୍କ ଘରୁ ଚୋରି । ବିଳମ୍ବିତ ରାତିରେ ତାଲା ଭାଙ୍ଗି ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଲେ ଲୁଟେରା। ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jul 8, 2023, 10:56 PM IST

ଅବକାରୀ ଅଧିକାରୀଙ୍କ ଘରୁ ଟଙ୍କା-ସୁନା ଲୁଟି ନେଲେ ଦିର୍ବୃତ୍ତ

ଢେଙ୍କାନାଳ: ଅବକାରୀ ଅଧିକ୍ଷକଙ୍କ ଘରୁ ଲୁଟ। ବିଳମ୍ବିତ ରାତିରେ ତାଲା ଭାଙ୍ଗି ଘରେ ପଶିବା ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଲେ ଲୁଟେରା। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ ଅଧିକ୍ଷକ ଘରୁ ଦୁର୍ବୃତ୍ତ ମାନେ ଲୁଟ କରି ଫେରାର ହୋଇଯାଇଛନ୍ତି। ଏନେଇ କାମାକ୍ଷାନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଅବକାରି ଅଧିକ୍ଷକ ସଞ୍ଜିବ କୁମାର ଶର୍ମା।

ଏହା ମଧ୍ୟ ପଢନ୍ତୁ-ବିବାହରେ ଅତିଥି ବେଶରେ ସାମିଲ ହେଲେ ଲୁଟେରା, ମଉକା ଦେଖି ଉପହାର ବ୍ୟାଗ ନେଇ ଛୁ

ମିଳିଥିବା ସୂଚନା ଅନୁଯାୟୀ, ଜୁଲାଇ 3 ତାରିଖରୁ ଅବକାରୀ ଅଧିକ୍ଷକ ସଞ୍ଜିବ କୁମାର ଶର୍ମା ଓ ପରିବାରର ସମସ୍ତ ସଦସ୍ୟ କୌଣସି ଏକ କାମରେ କୋଲକାତା ଯାଇଥିଲେ। ଏହାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ମାନେ ତାଙ୍କ ଘରେ ପଶି ଗଡ୍ରେଜ ତାଲା ଭାଙ୍ଗିବା ସହ ସମସ୍ତ ଟଙ୍କା ଓ ଅଳଙ୍କାର ନେଇ ଯାଇଥିଲେ। ଏହାପରେ ପଡିଶା ଘର ଲୋକ ଘରର ତାଲା ଭାଙ୍ଗିଥିବା ଦେଖି ଅବକାରି ଅଧିକ୍ଷକଙ୍କୁ ଜଣାଇଥିଲେ। ଖବର ପାଇ ସଞ୍ଜିବ କୁମାର ଶର୍ମା ଘରେ ପହଞ୍ଚିବା ପରେ ଘରୁ ଟଙ୍କା ଓ ଅଳଙ୍କାର ସବୁ ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଏନେଇ କାମାକ୍ଷାନଗର ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି।

ଏହା ମଧ୍ୟ ପଢନ୍ତୁ-ମୋବାଇଲ ଶୋ ରୁମରୁ ଚୋରି ଘଟଣା, ଜଣେ ଅଭିଯୁକ୍ତ ଗିରଫ

ଅଭିଯୋଗକୁ ଆଧାରକରି ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ଓ ସନ୍ଧାନି କୁକୁର ପହଞ୍ଚି ତଦନ୍ତ କରି ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ପୋଲିସ କାହାକୁ ଧରିବାକୁ ସକ୍ଷମ ହୋଇନଥିବା ବେଳେ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ। ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

ଏହା ମଧ୍ୟ ପଢନ୍ତୁ-ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ, ୬ ଗିରଫ

ଗତକାଲି ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ସୀମାରେ ଅବସ୍ଥିତ ମାଣିକପୁର-ଅଙ୍ଗାର ଗାଁ ରାସ୍ତାରେ ଡକାୟତି ପାଇଁ ଯୋଜନା ଚଳାଇଥିବା ବେଳେ ବାଣପୁର ଓ ବାଲୁଗାଁ ପୋଲିସର ଏକ ଟିମ୍ ଆନ୍ତଃଜିଲ୍ଲା ଡକାୟତି ଦଳର ୬ ସଦସ୍ୟଙ୍କୁ ଗିରଫ କରିଥିଲା । ହେଲେ ଅନ୍ୟ ୩ ଜଣ ଡକାୟତ ଫେରାର ହୋଇଯାଇଛନ୍ତି । ଗିରଫ ଡକାୟତଙ୍କ ଠାରୁ ପୋଲିସ ଗୋଟିଏ ବନ୍ଧୁକ ସମେତ ବ୍ୟାପକ ମାରଣାସ୍ତ୍ର ଜବତ କରିଥିଲା । ଗୁରୁବାର ଅପରାହ୍ନରେ ବାଣପୁର ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ ଏହି ସୂଚନା ଦେଇଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details