ଓଡିଶା

odisha

By

Published : Jan 10, 2023, 12:25 PM IST

ETV Bharat / state

ଲୋଧଣୀରେ ବ୍ୟାଙ୍କ ସାମ୍ନାରୁ ଲୁଟି ନେଲେ ୧୫ଲକ୍ଷ ଟଙ୍କା

ବ୍ୟାଙ୍କ ସାମ୍ନାରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। ଲୁଟିନେଲେ ୧୫ ଲକ୍ଷ ଟଙ୍କା । କଲେ ମରଣାନ୍ତକ ଆକ୍ରମଣ । ଅଧିକ ପଢ଼ନ୍ତୁ

looted money infront of bank
ବ୍ୟାଙ୍କ ସାମ୍ନାରୁ ଲୁଟ

ବ୍ୟାଙ୍କ ସାମ୍ନାରୁ ଲୁଟ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଲୋଧଣୀସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରୁ ଲୁଟ୍‌ (Miscreants looted money infront of bank ) । ଭୁଜାଲିରେ ହାଣି ଜଣେ ବ୍ୟକ୍ତିଙ୍କଠାରୁ ୧୫ଲକ୍ଷ ଟଙ୍କା ନେଇଗଲେ ୪ ଲୁଟେରା । ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି କୁନ୍ଦନଦେଇପୁର ଗାଁର ଜୟନ୍ତ କୁମାର ଆଚାର୍ଯ୍ୟ । ଜୟନ୍ତ ମାତୃଶ ଏଣ୍ଟର ପ୍ରାଇଜେସ ନାମକ ଘରୋଇ କମ୍ପାନୀରେ ମ୍ୟାନେଜର ଭାବେ କାମ କରନ୍ତି ।

ଜୟନ୍ତ ଆଜି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ଏକ ପିକ୍‌ଅପ୍‌ ଭ୍ୟାନରେ ଟଙ୍କା ଜମା କରିବାକୁ ଯାଇଥିଲେ । ତେବେ ବ୍ୟାଙ୍କ ଆଗରେ ଗାଡ଼ି ରଖି ଜୟନ୍ତ ଓହ୍ଲାଉଥିବା ବେଳେ ହଠାତ୍‌ ସାମ୍ନାକୁ ଆସିଥିଲେ ୪ଜଣ ଦୁର୍ବୃତ୍ତ । ଏହି ୪ଜଣ ଦୁଇଟି ବାଇକରେ ଆସି ତାଙ୍କୁ ଟଙ୍କା ବ୍ୟାଗ ମାଗିଥିଲେ । ହେଲେ ଜୟନ୍ତ ଦେବାକୁ ମନା କରିଥିଲେ । ଏହାପରେ ଦୁର୍ବୃତ୍ତମାନେ ତାଙ୍କୁ ବନ୍ଧୁକ ଦେଖାଇ ଧାରୁଆ ଅସ୍ତ୍ର ଓ କ୍ରିକେଟ ବ୍ୟାଟରେ ମରଣାନ୍ତକ ଆକ୍ରମଣ କରିଥିଲେ ।

ଏହାମଧ୍ୟ ପଢ଼ନ୍ତୁ. ମାତିଲେ ଲୁଟେରା, ବନ୍ଧୁକ ଦେଖାଇ ATMରୁ ଲୁଟିଲେ ଟଙ୍କା

ଏଥିରେ ଜୟନ୍ତ ଗୁରୁତର ଆହତ ହୋଇପଡ଼ିଥିଲେ । ଏହାପରେ ଜୟନ୍ତଙ୍କ ପାଖରେ ଥିବା ନଗଦ ୧୫ଲକ୍ଷ ଟଙ୍କା ଲୁଟି ନେଇ ଫେରାର୍ ହୋଇଯାଇଥିଲେ ଦୁର୍ବୃତ୍ତ । ଏହାଦେଖି ସ୍ଥାନୀୟ ଲୋକ ତାଙ୍କୁ ତୁରନ୍ତ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଜୟନ୍ତଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଏ ସମ୍ପର୍କରେ ଖବରପାଇ ପରଜଙ୍ଗ ପୋଲିସ ଘଟଣାସ୍ଥଳକୁ ଯାଇ CCTV ଯାଞ୍ଚ କରିବାସହ ଅଧିକ ତଦନ୍ତ ଜାରି ରଖିଛି ।

ଏ ସମ୍ପର୍କରେ ସରପଞ୍ଚ ବିଶ୍ୱଜିତ ସାହୁ କହିଛନ୍ତି, "ସବୁ ଦିନ ପରି ଆଜି ମଧ୍ୟ ଜୟନ୍ତ ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଇଥିଲେ । ସେହି ସମୟରେ ୪ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ହାତକୁ ହାଣିଦେଇଛନ୍ତି । ଏହାପରେ ମ୍ୟାନେଜର ଜୟନ୍ତଙ୍କ ପାଖରେ ଥିବା ଟଙ୍କାକୁ ନେଇ ଯାଇଛନ୍ତି ଦୁର୍ବୃତ୍ତ । ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲେ ଆଗକୁ ଏଭଳି ଘଟନ୍ତାନି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।"

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details