ଓଡିଶା

odisha

By

Published : Feb 4, 2023, 3:58 PM IST

ETV Bharat / state

ଗ୍ରାମ୍ୟ ବ୍ୟାଙ୍କରୁ ବନ୍ଧୁକ ମୁନରେ ଲୁଟ, ସୁନା ଓ ଟଙ୍କା ନେଇ ଚମ୍ପଟ ମାରିଲେ ଲୁଟେରା

ଢେଙ୍କାନାଳ ମହାବିରୋଡ଼ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଟଙ୍କା ସହ ସୁନା ଗହଣା ଲୁଟ। ବନ୍ଧୁକ ଦେଖାଇ ଆତଙ୍କ ଖେଳାଇବା ପରେ ଚମ୍ପଟ ମାରିଲେ ଦୁର୍ବୃତ୍ତ। ଅଧିକ ପଢନ୍ତୁ

odisha gramya bank dhenkanal
odisha gramya bank dhenkanal

odisha gramya bank dhenkanal

ଢେଙ୍କାନାଳ:ଜିଲ୍ଲାରେ ମାତିଲେ ମୁଖା ପିନ୍ଧା ଲୁଟେରା। ବନ୍ଧୁକ ମୁନରେ ଆତଙ୍କ ଖେଳାଇବା ପରେ ବ୍ୟାଙ୍କରୁ ନେଇଗଲେ ସୁନା ଗହଣା ସହ ଟଙ୍କା ବାକ୍ସ। ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଦୁର୍ବୃତ୍ତ ମାନେ ଏପରି କାଣ୍ଡ ଭିଆଇ ଥିବା ଜଣାପଡିଛି। ବ୍ୟାଙ୍କରେ ପଶି ସିସିଟିଭିକୁ ଗୁଳି ମାରିବା ସହ ଭୟଭୀତ କରାଇ ଟଙ୍କା ଲୁଟୁ ଚମ୍ପଟ ମାରିଥିଲେ ଲୁଟେରା।

ମହାବିରୋଡ଼ ଥାନା ଅନ୍ତର୍ଗତ ମହାବିରୋଡ଼ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଗତକାଲି (ଶୁକ୍ରବାର) ସ୍ପଷ୍ଟ ଦିବଲୋକରେ ଲୁଟେରା କରିଥିଲେ ଲୁଟ ପାଟ । ବ୍ୟାଙ୍କକୁ ଯାଇଥିବା ଗ୍ରାହକ ତଥା ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ମୁତାବକ ୫ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ବ୍ୟାଙ୍କରେ ପଶିଥିଲେ। ପରେ ବ୍ୟାଙ୍କ ଭିତରରେ ଥିଭା ସିସି ଟିଭିକୁ ଗୁଳି ମାଡ଼ କରି ଭାଙ୍ଗି ଦେବା ସହ କର୍ମଚାରୀ ଓ ଗ୍ରାହକ ମାନଙ୍କୁ ପିସ୍ତଲ ଦେଖାଇ ଭୟ ଭିତ କରାଇଥିଲେ । ପରେ ବ୍ୟାଙ୍କ ଭିତରୁ ଏକ ଟଙ୍କା ବାକ୍ସ ଓ ସୁନା ଗହଣା ବାକ୍ସକୁ ଲୁଟି ନେଇ ବାଇକ ଯୋଗେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ଲୁଟେରା ମାନେ ମୁଖା ପିନ୍ଧିଥିବା ସହ ୧୫ମିନିଟ ଧରି ବ୍ୟାଙ୍କରେ ଲୁଟ ପାଟ କରିଥିଲେ । ଏନେଇ ଖବର ପାଇ ମହାବିରୋଡ଼ ଥାନା ପୋଲିସ ପହଞ୍ଚି ବ୍ୟାଙ୍କରେ ଯାଞ୍ଚ ଆରମ୍ଭ କରିଛି । ତେବେ ୫ଲକ୍ଷ ଟଙ୍କା ଲୁଟ ହୋଇଥିବା ବେଳେ ୪ଶହ ଗ୍ରାମର ସୁନା ଗହଣା ଲୁଟେରା ମାନେ ଲୁଟିନେଇଥିବା ସୂଚନା ମିଳିଛି । ପୋଲିସ ଏହି ଲୁଟ ପାଟ ଘଟଣାରେ ଛାନ ଭିନ କରୁଥିବା ଜଣାପଡିଛି ।

ଗତ ଡିସେମ୍ବର ମାସରେ ସୁବର୍ଣ୍ଣପୁରର ଏକ ବ୍ୟାଙ୍କରେ ସୁନା ବଦଳରେ ପିତ୍ତଳ ଦେଇ ବ୍ୟାଙ୍କରୁ ଟଙ୍କା ଠକି ନେଇଥିବା ଖବର ସାମ୍ନାକୁ ଆସିଥିଲା। ସୁନା ବଦଳରେ ବ୍ୟାଙ୍କରେ ପିତ୍ତଳ ଦେଇ ସୁନା ଋଣ କରି ପ୍ରାୟ ୫୨ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ୭ ଜଣ ଠକଙ୍କୁ ପୋଲିସ ଗିରଫ କରିଥିଲା। ଗତ ୨୦୧୯-୨୦ ଓ ୨୦୨୦-୨୧ ବର୍ଷ ଭିତରେ ଠକ ଗ୍ରାହକମାନେ ବ୍ୟାଙ୍କ ସୁନାରୀଙ୍କୁ ହାତେଇ ଟଙ୍କା ଠକି ନେଇଥିବା ଜଣାପଡ଼ିଥିଲା ।ସହରର ବ୍ୟାଙ୍କ ଅଫ ବରୋଦା କର୍ତ୍ତୃପକ୍ଷ ଅଡିଟ ସମୟରେ ଗ୍ରାହକମାନେ ପିତ୍ତଳ ଦେଇ ସୁନା ବୋଲି ଋଣ ନେଇଥିବା ଜାଣିବାକୁ ପାଇଥିଲେ । ତେବେ ୬୫ ଗୋଟି ମାମଲାରେ ନକଲି ଗହଣା ଦେଇ ବ୍ୟାଙ୍କରୁ ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details