ଓଡିଶା

odisha

ETV Bharat / state

ଢେଙ୍କାନାଳରେ କଳା ପଲସର ଆତଙ୍କ, ବନ୍ଧୁକ ଦେଖାଇ ଲୁଟି ନେଲେ 80 ହଜାର - ଢେଙ୍କାନାଳରେ ଦୁର୍ବୃତ୍ତଙ୍କ ଆତଙ୍କରାଜ

ଢେଙ୍କାନାଳରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ବନ୍ଧୁକ ଦେଖାଇ ଜନ ସେବା କେନ୍ଦ୍ର ଏଜେଣ୍ଟଙ୍କ ଠାରୁ ଲୁଟିନେଲେ 80 ହଜାର ଟଙ୍କା । ଅଧିକ ପଢ଼ନ୍ତୁ

loot in dhenkanal
ଢେଙ୍କାନାଳରେ ମାତିଛନ୍ତି ଲୁଟେରା

By

Published : Jan 18, 2023, 12:12 PM IST

ଢେଙ୍କାନାଳରେ କଳା ପଲସର ଆତଙ୍କ

ଢେଙ୍କାନାଳ:ମାତିଛନ୍ତି ଲୁଟେରା, ଆତଙ୍କ ଖେଳାଇ ଆଖି ପିଛୁଳାକେ କରିନେଉଛନ୍ତି ଲୁଟ । ପୋଲିସକୁ ଚ୍ୟାଲେଞ୍ଜ ଦେଇ ଦିନ ଦ୍ବିପହରେ ମାତିଛନ୍ତି କଳା ପଲସର ଲୁଟେରା । ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଧୂବାବାହାଳୀ -ଶ୍ରୀମୁଳା ପୂର୍ତ୍ତ ବିଭାଗ ରାସ୍ତାରେ ଜନ ସେବା କେନ୍ଦ୍ର ଏଜେଣ୍ଟଙ୍କ ଠାରୁ 80 ହଜାର ଟଙ୍କା ଲୋଟ ହୋଇଛି । ଏକ କଳା ପଲସରରେ ଦୁଇ ହେଲମେଟ ପିନ୍ଧା ଦୁର୍ବୃତ୍ତ, ବନ୍ଧୁକ ଓ କାତି ଦେଖାଇ ଲୁଟ କରିଛନ୍ତି ।

ସୂଚନା ମୁତାବକ, ଜନ ସେବା କେନ୍ଦ୍ର ଏଜେଣ୍ଟ ଜଣକ ହେଉଛନ୍ତି ଧୋବାବାହାଳୀ ଗ୍ରାମର ବିକାଶ ସାହୁ । ସେ ଶ୍ରୀମୁଳ ଛକରେ ଏକ ଜନ ସେବା କେନ୍ଦ୍ର ଖୋଲିଛନ୍ତି । ପ୍ରତ୍ୟେକ ଦିନ ପରି ସେ ଘରୁ ନଗଦ ହଜାର ହଜାର ଟଙ୍କା ସାଥିରେ ଧରି ଏକ ବ୍ୟାଗରେ ନେଇ ଜନ ସେବା କେନ୍ଦ୍ରକୁ ଯାଉଥିଲେ । ଯିବା ରାସ୍ତାରେ ଏକ କଳା ରଙ୍ଗର ପଲସରରେ ଦୁଇ ଜଣ ହେଲମେଟ ପିନ୍ଧା ଦୁର୍ବୃତ୍ତ ତାଙ୍କୁ ଅଟକାଇବା ସହ ବନ୍ଧୁକ ଓ କାତି ଦେଖାଇ ଆତଙ୍କିତ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:Dakota Plane: ଫେରୁଛି ବିଜୁବାବୁଙ୍କ ଡାକୋଟା ବିମାନ, କୋଲକାତାରୁ ଆସୁଛି ଓଡ଼ିଶା

ଏହାପରେ ତାଙ୍କ ଠାରୁ ଟଙ୍କା ବ୍ୟାଗଟି ଛଡାଇ ନେଇ ମହୁଲ ଡଗର ରାସ୍ତାରେ ପଳାଇ ଥିଲେ । ତେବେ ଏନେଇ ସେ ପୋଲିସକୁ ସଙ୍ଗେ ସଙ୍ଗେ ଫୋନ ଯୋଗେ ଅଭିଯୋଗ କରିବା ସହ ସ୍ଥାନୀୟ ଲୋକଙ୍କୁ ନେଇ ତାଙ୍କୁ ପିଛା କରିଥିଲେ । କିନ୍ତୁ ଦୁର୍ବୃତ୍ତ ସେଠାରୁ ଫେରାର ମାରିଥିଲେ । ସେମାନେ ମହୁଲଡଗର ଜଙ୍ଗଲିଆ ରାସ୍ତା ଦେଇ କଦଳୀପାଳ ରାସ୍ତାରେ ବାହାରି ଢେଙ୍କାନାଳ ଅଭିମୁଖେ ପଳାଇଥିବା ବିକାଶ ଅଭିଯୋଗ କରିଛନ୍ତି । ସେପଟେ ବିକାଶଙ୍କ ଅଭିଯୋଗ ଆଧାରରେ ତୁମୁସିଙ୍ଗା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢ଼ନ୍ତୁ:ଲୋଧଣୀରେ ବ୍ୟାଙ୍କ ସାମ୍ନାରୁ ଲୁଟି ନେଲେ ୧୫ଲକ୍ଷ ଟଙ୍କା

ସୂଚନା ଥାଉକି, ନିକଟରେ ଢେଙ୍କାନାଳ ପରଜଙ୍ଗ ଥାନା ଲୋଧଣୀ ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରୁ ଲୁଟ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । 4 ଜଣ ଲୁଟେରା ଭୁଜାଲିରେ ହାଣି ଜଣେ ବ୍ୟକ୍ତିଙ୍କ ଠାରୁ 15 ଲକ୍ଷ ଟଙ୍କା ନେଇଯାଇଥିଲେ । ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ମାତୃଶ ଏଣ୍ଟର ପ୍ରାଇଜେସ ନାମକ ଘରୋଇ କମ୍ପାନୀରେ ମ୍ୟାନେଜର ଭାବେ କାମ କରନ୍ତି । ବ୍ୟକ୍ତି ଜଣକ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ଏକ ପିକଅପ ଭ୍ୟାନ ଯୋଗେ ଟଙ୍କା ଜମା କରିବାକୁ ଯାଇଥିଲେ । ବ୍ୟାଙ୍କ ଆଗରେ ଗାଡ଼ି ରଖି ଓହ୍ଲାଉଥିବାବେଳେ ହଠାତ୍ ସାମ୍ନାକୁ ଆସିଥିଲେ 4 ଜଣ ଦୁର୍ବୃତ୍ତ । ଦୁଇଟି ବାଇକରେ ଆସି ତାଙ୍କୁ ଟଙ୍କା ବ୍ୟାଗ ମାଗିଥିଲେ । ହେଲେ ବ୍ୟକ୍ତି ଜଣକ ଟଙ୍କା ଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ବନ୍ଧୁକ ଦେଖାଇ ଧାରୁଆ ଅସ୍ତ୍ର ଓ କ୍ରିକେଟ ବ୍ୟାଟରେ ମରଣାନ୍ତକ ଆକ୍ରମଣ କରି 15 ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details