ଓଡିଶା

odisha

ETV Bharat / state

AC ରୁମରେ ସମସ୍ତେ ଶୋଇଥିଲେ, ଝରକା ଭାଙ୍ଗି ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ - ଏସି ରୁମରେ ଶୋଇଥିବା ବେଳେ ଲୁଟ

ପ୍ରବଳ ଗରମ ଯୋଗୁଁ ଏସି ରୁମରେ ସମସ୍ତେ ଶୋଇଥିଲେ । ଝରକା ଭାଙ୍ଗି ଘରୁ ସୁନାରୁପା ଓ ଟଙ୍କା ଲୁଟି ଛୁ' ମାରିଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

Miscreants loot cash, gold jewelries from house in Dhenkanal
Miscreants loot cash, gold jewelries from house in Dhenkanal

By

Published : May 14, 2023, 12:06 PM IST

Updated : May 14, 2023, 2:13 PM IST

Miscreants loot cash, gold jewelries from house in Dhenkanal

ଢେଙ୍କାନାଳ: ଏସି ରୁମରେ ଶୋଇବା ପଡିଲା ମହଙ୍ଗା । ଝରକା ଗ୍ରୀଲ ଭାଙ୍ଗି ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୁବନ ଏନଏସି ୧ ନମ୍ବର ୱାର୍ଡର ଜଣକ ଘରୁ ଏଭଳି ଲୁଟପାଟ ହୋଇଛି । ଗରମ ଯୋଗୁଁ ସମସ୍ତ ପରିବାର ଲୋକେ ଏକାଠି ଗୋଟିଏ ଏସି ରୁମରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ବାହାରପଟୁ ତାଲା ପକାଇ ଘରେ ଥିବା ଟଙ୍କା, ସୁନା ଅଳଙ୍କାର ଲୁଟି ନେଇଛନ୍ତି । ପ୍ରାୟ ୨୦ ହଜାର ନଗଦ ସହିତ ଛଅଟି ସୁନା ହାର, ଛଅଟି ସୁନା ମୁଦି ଲୁଟ କରିଥିବା ଅଭିଯୋଗ ହୋଇଛି । ଗତକାଲି(ଶନିବାର) ରାତିରେ ରାମଅବତାର ମହତଙ୍କ ଘରୁ ଏହି ଲୁଟ୍ ହୋଇଛି ।

ସୂଚନା ମୁତାବକ, ପ୍ରବଳ ଗରମ ହେଉଥିବାରୁ ଗତକାଲି ରାତିରେ ରାମଅବତାର ମହତଙ୍କ ପରିବାର ଲୋକେ ମିଶି ଗୋଟିଏ ଏସି ରୁମରେ ଶୋଇଥିଲେ । ଏହାର ସୁଯୋଗ ଉଠାଇଥିଲେ ଦୁର୍ବୃତ୍ତ । ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଝରକା ଗ୍ରୀଲ ଭାଙ୍ଗି ଘରେ ପଶିଥିଲେ । ସମସ୍ତେ ଶୋଇଥିବା ଏସି ରୁମରୁ ବାହାର ପଟୁ ତାଲା ଦେଇ ଆଲମାରିରେ ଥିବା ସୁନା ଗହଣା ଓ ୨୦ ହଜାର ଟଙ୍କା ଲୁଟି ନେଇ ପଳାଇଥିଲେ । ଲୁଟ୍ ହୋଇଥିବା ଗହଣା ମୂଲ୍ୟ ପ୍ରାୟ ୧୫ରୁ ୨୦ ଲକ୍ଷ ଟଙ୍କା ହେବ । ସକାଳୁ ଉଠି ଘର ଲୋକମାନେ ପଡିଶା ଲୋକଙ୍କ ସହାୟତାରେ କବାଟ ଖୋଲି ବାହାରକୁ ଆସିଥିଲେ ।

ଏହାମଧ୍ୟ ପଢନ୍ତୁ: ଅବହେଳିତ ଐତିହ୍ୟସ୍ଥଳୀ କୈଳାସ ରଙ୍ଗମହଲ, ମାଟିରେ ମିଶିଲାଣି ରାଜକୀୟ କୀର୍ତ୍ତିରାଜି

ରୁମରୁ ବାହାରିବା ପରେ ଆଲମାରି ଖୋଲା ହେବା ସହ ଜିନିଷପତ୍ର ଗୁଡିକ ଏଣେତେଣେ ପଡିଥିବା ଦେଖିବାକୁ ପାଇଥିଲେ । ଘରୁ ଚୋରି ହୋଇଥିବା ଜାଣି ସମସ୍ତଙ୍କ ହୋସ୍ ଉଡି ଯାଇଥିଲା । ଏନେଇ ପରିବାର ଲୋକଙ୍କୁ ପକ୍ଷରୁ ଭୁବନ ଥାନାରେ ଅଭିଯୋଗ କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ବୃତ୍ତମାନେ ଘରୁ ୨୦ ହଜାର ଟଙ୍କା ସହ ସୁନା ହାର, ଛଅଟି ସୁନା ମୁଦି ଲୁଟି ନେଇଥିବା ଜଣାପଡିଛି । ତେବେ ଗତ କିଛି ଦିନ ହେଲା ଏହି ଅଞ୍ଚଳରେ ଲଗାତାର ଚୋରି ହେଉଥିବାରୁ ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ଅବସ୍ଥାରେ ଅଛନ୍ତି ।

ଏହାମଧ୍ୟ ପଢନ୍ତୁ : ଦେଶର ସବୁ ବନ୍ଦରକୁ ପଛରେ ପକାଇ ପାରାଦ୍ବୀପ ବନ୍ଦର ହାତେଇଲା ସାଗର ଶ୍ରେଷ୍ଠ ସମ୍ମାନ

ଇଟିଭି ଭାରତ, ଢେଙ୍କାନାଳ

Last Updated : May 14, 2023, 2:13 PM IST

ABOUT THE AUTHOR

...view details