ଢେଙ୍କାନାଳ:ବାଇକରେ ଯାଉଥିବା ବେଳେ ଯୁବକଙ୍କୁ ଜିପ୍ ଚଢାଇ ହତ୍ୟା ଉଦ୍ୟମ । ସୋମବାର ଦିନ ଢେଙ୍କାନାଳ ଜିଲ୍ଲା କପିଳାଶ ରାସ୍ତାର ଝରଣ ଛକରେ ଜଣେ ଯୁବକଙ୍କୁ ପଛରୁ ଜିପ୍ ଚଢାଇ ମାରିଦେବାକୁ ଉଦ୍ୟମ କରାଯାଇଛି । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଆହତ ଯୁବକ ହେଲେ କାଇମାଟି ପଞ୍ଚାୟତ ଅନ୍ତର୍ଗତ କନ୍ଧପଡା ଗ୍ରାମର ଜ୍ୟୋତି ରଞ୍ଜନ । ସେ ଏବେ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଜଣାପଡିଛି । ଏନେଇ ପୋଲିସ ଛାନଭିନ୍ ଆରମ୍ଭ କରିଛି ।
ସୂଚନା ମୁତାବକ, ଜ୍ୟୋତି ରଞ୍ଜନ ଓ ତାଙ୍କରି ଗାଁର ବିକାଶ ଦାସଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଶତ୍ରୁତା ଲାଗି ରହିଥିଲା । ସୋମବାର ଦିନ ଜ୍ୟୋତି ରଞ୍ଜନ କାଇମାଟି ଛକକୁ ଆସିବା ସମୟରେ ବାଟରେ ବିକାଶ ଦାସ ସହିତ ବଚସା ହୋଇଥିଲା । ଏହାପରେ ଜ୍ୟୋତି ଛକରେ ଥିବା ଏକ ସେଲୁନରେ ଚୁଟି କାଟୁଥିବା ବେଳେ ବିକାଶ ସେଠାରେ ପହଞ୍ଚି ତାଙ୍କୁ ଆକ୍ରମଣ କରିଥିଲା । ନିଜକୁ ବଞ୍ଚାଇବାକୁ ଜ୍ୟୋତି ସେଲୁନର ଏକ କଇଁଚି ବିକାଶ ଦେହରେ ଭୁସିବାକୁ ଉଦ୍ୟମ କରିଥିଲେ । ହେଲେ ସ୍ଥାନୀୟ ଲୋକେ ଆସି ତାଙ୍କୁ ଅଟକାଇ ଥିଲେ ।
ଏହାମଧ୍ୟ ପଢନ୍ତୁ: ବାଟରୁ ଝାମ୍ପୁଥିଲେ ବ୍ୟାଙ୍କରେ ସଞ୍ଚୁଥିଲେ, ବ୍ଲାକ ଟେପ୍ ବାଇକ ଗ୍ୟାଙ୍ଗକୁ ବାନ୍ଧିଲା ପୋଲିସ