ଢେଙ୍କାନାଳ: ଯାତ୍ରା ଦେଖିବା ହେଲା ଶେଷ ଯାତ୍ରା l ମୁକୁଳା କୂଅରେ ପଡ଼ି ନାବାଳକଙ୍କ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସରଦେଇପୁର ଗ୍ରାମରେ ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ମୃତ ନାବାଳକ ଜଣକ ହେଲେ ତୁମୁସିଙ୍ଗା ଥାନା ବୋଲୁଅ ଗ୍ରାମର ବିରଞ୍ଚି ନାୟକଙ୍କ ୧୨ ବର୍ଷୀୟ ପୁଅ ଶୁଭମ ନାୟକ । ଖବର ପାଇ ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ଏହା ମଧ୍ୟ ପଢ଼ନ୍ତୁ:୭ବର୍ଷ ପରେ ଗିରଫ ହେଲା ହତ୍ୟାକାରୀ ସ୍ବାମୀ, ଭୁବନେଶ୍ବରରୁ ଧରିଲା ପୋଲିସ
ସୂଚନା ଅନୁଯାୟୀ, ଶୁଭମ ଗ୍ରୀଷ୍ମ ଛୁଟିରେ ସରଦେଇପୁର ଗ୍ରାମ ସ୍ଥିତ ନିଜ ମାମୁଁ ଘରକୁ ଆସିଥିଲେ । ମାମୁଁ ଘର ଗ୍ରାମରେ ଯାତ୍ରାପାର୍ଟିର ଆୟୋଜନ ହୋଇଥିଲା । ପରିବାର ସହ ମିଶି ଶୁଭମ ଯାତ୍ରା ଦେଖିବାକୁ ଯାଇଥିଲେ । ବିଳମ୍ବିତ ରାତିରେ ପରିଶ୍ରା ପାଇଁ ଯିବା ସମୟରେ ଅନ୍ଧାରରେ ଦେଖାନଯିବାରୁ ଏକ ମୁକୁଳା କୂଅରେ ପଡ଼ିଯାଇଥିଲେ । ସେ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ମାତ୍ର ଶୁଭମଙ୍କ କୌଣସି ପତ୍ତା ମିଳିନଥିଲା ।
ଏହା ମଧ୍ୟ ପଢ଼ନ୍ତୁ:ବ୍ଲାଉଜ ସିଲେଇକୁ କେନ୍ଦ୍ରକରି ତୁମୁଳକାଣ୍ଡ, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ