ଓଡିଶା

odisha

ETV Bharat / state

ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଢେଙ୍କାନାଳ ଗସ୍ତରେ ଆସି ମନ୍ତ୍ରୀ ସୁଦାମ ମାରାଣ୍ଡି ରାଜସ୍ବ ବିଭାଗର ସମୀକ୍ଷା ବୈଠକ କରିଛନ୍ତି । ଜିଲ୍ଲାର ରାଜସ୍ବ ସଂଗ୍ରହ ବୃଦ୍ଧି ସହ ପରିବେଶ ସୁରକ୍ଷା, ଅଭାବୀ ଲୋକଙ୍କୁ ଉଚିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ବାରୋପ କରିଛନ୍ତି ।

By

Published : Dec 20, 2019, 10:26 PM IST

minister sudam marndi revenue review meeting in dhenkanal
ଫଟୋ ସୌଜନ୍ୟ : ସମ୍ବାଦଦାତା, ଢେଙ୍କାନାଳ

ଢେଙ୍କାନାଳ: ରାଜସ୍ବ ମନ୍ତ୍ରୀଙ୍କ ଦ୍ବାରା ଜିଲ୍ଲା ରାଜସ୍ବ ସମୀକ୍ଷା ବୈଠକ । ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଦିନିକିଆ ଢେଙ୍କାନାଳ ଗ୍ରସ୍ତରେ ଆସି ରାଜସ୍ବ ବିଭାଗର ସମୀକ୍ଷା କରିଛନ୍ତି ।

ମନ୍ତ୍ରୀଙ୍କ ଦ୍ବାରା ଢେଙ୍କାନାଳ ଜିଲ୍ଲା ରାଜସ୍ବ ସମୀକ୍ଷା ବୈଠକ

ସ୍ଥାନୀୟ ସଦଭାବନା ଗୃହ ଠାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ମନ୍ତ୍ରୀ ଜିଲ୍ଲାର ରାଜସ୍ବ ସଂଗ୍ରହ ବୃଦ୍ଧି ସହ ପରିବେଶ ସୁରକ୍ଷା, ଅଭାବୀ ଲୋକଙ୍କୁ ଉଚିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ବାରୋପ କରିଥିଲେ । ଉକ୍ତ ବୈଠକରେ ଇସ୍ପାତ ଖଣି ଓ ପୁର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ଯୋଗଦେଇ ବେଆଇନ ଖଣି ଖନନ ବନ୍ଦ, ଜିଲ୍ଲାର ସମସ୍ତ ଭୂମିହୀନ ଲୋକଙ୍କ ତାଲିକା ପ୍ରସ୍ତୁତ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବୈଠକରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ବିଧାୟକ ସୁଧୀର କୁମାର ସାମଲ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details