ଓଡିଶା

odisha

ETV Bharat / state

ଢେଙ୍କାନାଳ ବନ୍ୟାଞ୍ଚଳ ବୁଲି ଦେଖିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ସୃଷ୍ଟି ହୋଇଥିବା ବନ୍ୟା ଅଞ୍ଚଳ ବୁଲି ଦେଖିଲେ ରାଜ୍ୟ ଖଣି ଓ ଇସ୍ପାତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।

By

Published : Aug 16, 2020, 4:06 PM IST

Updated : Aug 16, 2020, 4:18 PM IST

ଢେଙ୍କାନାଳ ବନ୍ୟା ଅଞ୍ଚଳ ବୁଲି ଦେଖିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ
ଢେଙ୍କାନାଳ ବନ୍ୟା ଅଞ୍ଚଳ ବୁଲି ଦେଖିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ଢେଙ୍କାନାଳ: ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ସୃଷ୍ଟି ହୋଇଥିବା ବନ୍ୟା ଅଞ୍ଚଳ ବୁଲି ଦେଖିଲେ ରାଜ୍ୟ ଖଣି ଓ ଇସ୍ପାତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଜୟପୁର ଅଞ୍ଚଳ ପରିଦର୍ଶନ କରି ଗ୍ରାମବାସୀଙ୍କ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ବିଡ଼ିଓଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।

ଢେଙ୍କାନାଳ ବନ୍ୟା ଅଞ୍ଚଳ ବୁଲି ଦେଖିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ଭୁବନ ବ୍ଲକର ଜୟପୁର ଗ୍ରାମକୁ ଯୋଗାଯୋଗ କରୁଥିବା ପୋଲର ଆପ୍ରୋଚ ରୋଡ଼ ଉପରେ ଦୁଇଫୁଟର ବନ୍ୟା ପାଣି ଚାଲୁ ଥିବାରୁ ଜୟପୁର ଗ୍ରାମବାସୀ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ।

ଢେଙ୍କାନାଳ ବନ୍ୟା ଅଞ୍ଚଳ ବୁଲି ଦେଖିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ଏହା ବ୍ରାହ୍ମଣୀ ନଦୀ କୂଳରେ ଗାଁ ହୋଇଥିବା ବେଳେ ପାଣି ଗାଁରେ ନ ପସିବା ପାଇଁ ନିଚାରେ ଏହି ରାସ୍ତା ନିର୍ମାଣ ହୋଇଥିବାରୁ ପାଣି ଯାଉଛି । ତେବେ ଏହା ପରେ ପାଣି ଛାଡିଯିବ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ଜୟପୁର ଗ୍ରାମବାସୀଙ୍କ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ସେ ଭୁବନ ବିଡ଼ିଓଙ୍କ ସହ କଥା ହୋଇଥିବା ପ୍ରକାଶ କରିଛନ୍ତି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଅପରପକ୍ଷରେ ଡ଼ମଇଶାଳ ନାଳ ପାଣି ଯୋଗୁଁ ଏପରି ଅବସ୍ଥା ହୋଇଥିବାରୁ ନଜର ରଖିବାକୁ ସେ ପ୍ରକାଶ କରିଛନ୍ତି ।

ଢେଙ୍କାନାଳ ବନ୍ୟାଞ୍ଚଳ ବୁଲି ଦେଖିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Aug 16, 2020, 4:18 PM IST

ABOUT THE AUTHOR

...view details