ଢେଙ୍କାନାଳ: ରାଜ୍ୟରେ ପ୍ଲାଜମା ଚିକିତ୍ସା ପାଇଁ ସରକାର ଅଣ୍ଟା ଭିଡିଛନ୍ତି । ଏଥିପାଇଁ ମନ୍ତ୍ରୀମାନଙ୍କୁ କୋରୋନାରୁ ଆରୋଗ୍ୟ ରୋଗୀଙ୍କୁ ପ୍ଲାଜମା ଦାନ ପାଇଁ ପ୍ରୋତ୍ସାହନ କରିବାକୁ ବିଭିନ୍ନ ଜିଲ୍ଲାର ଦାୟିତ୍ବ ନ୍ୟସ୍ତ କରିଛନ୍ତି ।
ଆଜି ଠାରୁ ରାଜ୍ୟରେ ପ୍ଲାଜମା ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି । ଢେଙ୍କାନାଳ ଜିଲ୍ଲା ଦାୟିତ୍ବରେ ଥିବା ଶିଳ୍ପ, ଶକ୍ତି ଓ କ୍ଷୁଦ୍ର ଉଦ୍ୟୋଗ ବିଭାଗ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଆଜି ଜିଲ୍ଲା ଗସ୍ତ କରିଛନ୍ତି । ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ତଥା କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ, ଢେଙ୍କାନାଳ ବିଧାୟକ ସୁଧୀର ସାମଲ ଓ ପରଜଙ୍ଗ ବିଧାୟକ ଡା ନୃସିଂହ ଚରଣ ସାହୁଙ୍କ ଉପସ୍ଥିତିରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୋରୋନା ସ୍ଥିତି ଓ ପ୍ଲାଜମା ଦାନ ସମ୍ପର୍କରେ ଆଲୋଚନା କରିଛନ୍ତି ।