ଢେଙ୍କାନାଳ: ଜେଲ ଗଲେ କୋଟିପତି ସରକାରୀ ବାବୁ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଏହି ସରକାରୀ ବାବୁ। ଢେଙ୍କାନାଳ ସବ ଆସିଷ୍ଟାଣ୍ଟ ରେଜିଷ୍ଟର ଅଫ କୋଅପରେଟିଭ ସୋସାଇଟି ତଥା ଏଆରସିଏସ ବିଦ୍ୟାଧର ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିଛି । ଭିଜିଲାନ୍ସ ପକ୍ଷରୁ ୪ଟି ଟିମ ଏକ କାଳୀନ ଚାରିଟି ଜାଗାରେ ଚଢ଼ାଉ କରାଯାଇଥିଲା ।
ଏହି ଚଢ଼ାଉରେ ଭୁବନେଶ୍ୱରର ପଟିଆରେ ଥିବା ତିନି ମହଲା ବିଶାଳ କୋଠାଘର ,ଆର୍ଥିକ ରେସିଡେନ୍ସି ରେ ଏକ ଫ୍ଲାଟ, ତାଙ୍କ ପୈତୃକ ଘର ଭଦ୍ରକ ଭଣ୍ଡାରିପୋଖରୀର କୁମ୍ଭାରୀଆ ଗ୍ରାମରେ ଘର ଓ ଢେଙ୍କାନାଳ ଅଫିସ ଆଦିରେ ଏହି ଚଢ଼ାଉ କରି କରିଥିଲା ଭିଜିଲାନ୍ସ ।