ଢେଙ୍କାନାଳ: ନିମ୍ବ ଗଛରୁ ଅନବରତ ଝରୁଛି କ୍ଷୀର । କଥାଟା ବିଶ୍ବାସ ହେଉ ନଥିଲେ ବି ସତ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଓଡିଶ ଗ୍ରାମରେ ଘଟିଛି ଏହି ଅଲୌକିକ ଘଟଣା । ସେହି ଗାଁର କିଶୋର ଚନ୍ଦ୍ର ଷଣ୍ଢଙ୍କ ନିମ୍ବ ଗଛରୁ କ୍ଷୀର ବାହାରୁଥିବା ଦେଖିବାକୁ ମିଳିଛି। ଯାହାକୁ ଦେଖିବାକୁ ଦେଖେଣାହାରୀଙ୍କ ଭିଡ ଲାଗିବା ସହ ଲୋକଙ୍କ ଦ୍ବାରା ପୂଜାର୍ଚ୍ଚନା କରାଯାଉଛି ।
ଆଲୌକିକ ନା ଅନ୍ଧବିଶ୍ବାସ: ନିମ୍ବ ଗଛରୁ ଝରୁଛି କ୍ଷୀର - ନିମ୍ବ ଗଛରୁ ବାହାରୁଛି କ୍ଷୀର
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଓଡିଶ ଗ୍ରାମରେ ଘଟିଛି ଏହି ଅଲୌକିକ ଘଟଣା । ସେହି ଗାଁର କିଶୋର ଚନ୍ଦ୍ର ଷଣ୍ଢଙ୍କ ନିମ୍ବ ଗଛରୁ କ୍ଷୀର ବାହାରୁଥିବା ଦେଖିବାକୁ ମିଳିଛି।
ଭୁବନରେ ଆଲୌକିକ ଘଟଣା
ସ୍ଥାନୀୟ ଲୋକମାନେ ଏଭଳି ଘଟଣାକୁ ଠାକୁରଙ୍କ ମହିମା କହୁଛନ୍ତି । କ୍ଷୀର ବାହାରିବା ପରଠାରୁ ସେଠାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଲୋକେ ଧୂପ, ଦୀପ, ଫୁଲ ଦେଇ ଗଛକୁ ପୂଜାର୍ଚ୍ଚନା କରିବା ସହିତ ସେଥିରୁ ବାହାରୁଥିବା କ୍ଷୀରକୁ ପାଦୁକା ରୂପେ ପାଉଥିବା ଦେଖାଯାଇଛି। ଏହି ଘଟଣା ପ୍ରଘଟ ହେଲା ପରେ କେବଳ ଗ୍ରାମବାସୀ ନୁହେଁ ପ୍ରତିଦିନ ଆଖପାଖ ଅଞ୍ଚଳରୁ ଲୋକମାନଙ୍କର ସୁଅ ଛୁଟୁଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ