ଓଡିଶା

odisha

ETV Bharat / state

କାର୍ଯ୍ୟରତ ନର୍ସିଂଛାତ୍ରଙ୍କୁ ମାଡ଼, ଡାକ୍ତରଖାନାରେ ଉତ୍ତେଜନା - ଢେଙ୍କାନାଳ ଜିଲ୍ଲା ଚିକିତ୍ସାଳୟରେ କାର୍ଯ୍ୟରତ ନର୍ସିଂଛାତ୍ରଙ୍କୁ ମାଡ଼

ଅସୁରକ୍ଷିତ ହୋଇ ପଡ଼ିଛି ଢେଙ୍କାନାଳ ଜିଲ୍ଲା ଚିକିତ୍ସାଳୟ । ଡାକ୍ତରଖାନାରେ କାର୍ଯ୍ୟରତ ନର୍ସିଂ ଛାତ୍ରଙ୍କୁ ରୋଗୀଙ୍କ ସମ୍ପର୍କୀୟଙ୍କ ମାଡ଼ ମାରିବା ଘଟଣା ନେଇ ଉତ୍ତେଜନା ପ୍ରକାଶ ପାଇଛି । ଫଳରେ ସ୍ଥାନୀୟ ନର୍ସିଂ ଟ୍ରେନିଂ ସେଣ୍ଟରର ସମସ୍ତ ନର୍ସିଂ ଛାତ୍ରଛାତ୍ରୀ ମାନେ ଡାକ୍ତରଖାନାକୁ ଯାଇ ସମୂହ ଧାରଣା ଦେବାସହ ତୀବ୍ର ପ୍ରତିବାଦ କରିଥିଲେ ।

medical staff attacked by patient relatives in dhenkanal
କାର୍ଯ୍ୟରତ ନର୍ସିଂଛାତ୍ରଙ୍କୁ ମାଡ଼, ଡାକ୍ତରଖାନାରେ ଉତ୍ତେଜନା

By

Published : Jul 11, 2022, 9:28 AM IST

ଢେଙ୍କାନାଳ:ଅସୁରକ୍ଷିତ ହୋଇ ପଡ଼ିଛି ଢେଙ୍କାନାଳ ଜିଲ୍ଲା ଚିକିତ୍ସାଳୟ । କେତେବେଳେ ରୋଗୀଙ୍କ ଉପରେ ଆକ୍ରମଣ ହେଉଛି ତ ପୁଣି କେତେବେଳେ ଡାକ୍ତରଖାନାର କର୍ମଚାରୀଙ୍କ ଉପରେ । ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ବାରମ୍ବାର ଏପରି ଘଟଣା ଦେଖିବାକୁ ମିଳୁଛି । ରବିବାର ଜଣେ ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଖାନାରେ କାର୍ଯ୍ୟରତ ନର୍ସିଂ ଛାତ୍ରଙ୍କୁ ମାଡ଼ ମାରିବା ଘଟଣା ନେଇ ଉତ୍ତେଜନା ପ୍ରକାଶ ପାଇଛି। ଫଳରେ ସ୍ଥାନୀୟ ନର୍ସିଂ ଟ୍ରେନିଂ ସେଣ୍ଟରର ସମସ୍ତ ନର୍ସିଂ ଛାତ୍ରଛାତ୍ରୀ ମାନେ ଡାକ୍ତରଖାନାକୁ ଯାଇ ସମୂହ ଧାରଣା ଦେବାସହ ତୀବ୍ର ପ୍ରତିବାଦ କରିଥିଲେ ।

କାର୍ଯ୍ୟରତ ନର୍ସିଂଛାତ୍ରଙ୍କୁ ମାଡ଼

ଘଟଣା ମୁତାବକ, ଏହି ଡାକ୍ତରଖାନାର ପୁରୁଷ ଭେଷଜ ବିଭାଗରେ ଚିକିତ୍ସିତ ଜଣେ ରୋଗୀଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲକୁ ରେଫର କରିଥିଲେ। ମାତ୍ର କାର୍ଯ୍ୟରତ ଡାକ୍ତରଖାନା କର୍ମଚାରୀ ଆନୁଷଙ୍ଗିକ କାର୍ଯ୍ୟରେ ଅବହେଳା କରିବାରୁ ରୋଗୀଙ୍କ ସମ୍ପର୍କୀୟ ସେଠାରେ ତାଲିମ ନେଉଥିବା ନର୍ସିଂ ଛାତ୍ର ରାସ ବିହାରୀଙ୍କୁ ଷ୍ଟେଚରରେ ଆମ୍ବୁଲାନ୍ସକୁ ନେବାକୁ କହିଥିଲେ । ମାତ୍ର ତାଙ୍କ କାମ ଷ୍ଟ୍ରେଚରରେ ନେବା ନୁହେଁ ବୋଲି ରାସ ବିହାରୀ କହିଥିଲେ। ଏଥିରେ ଉତ୍ତେଜିତ ହୋଇ ରୋଗୀଙ୍କ ସମ୍ପର୍କୀୟ ତାଙ୍କୁ ଗାଳିଗୁଲଜ କରିଥିଲେ। ଏଥିସହ ସେଠାରେ ଉପସ୍ଥିତ ଅନ୍ୟ ସହଯୋଗୀ ମାନେ ମଧ୍ୟ ଏହାକୁ ପ୍ରତିବାଦ କରିଥିଲେ । କିନ୍ତୁ ବିଡମ୍ବନାର ବିଷୟ ସେଠାରେ ଥିବା ସୁରକ୍ଷାକର୍ମୀମାନେ ଚୁପ ରହିଥିଲେ। ଏହାପରେ ରୋଗୀଙ୍କ ସମ୍ପର୍କୀୟ ଉତକ୍ଷପ୍ତ ହୋଇ ରାସ ଏବଂ ତାଙ୍କ ସହଯୋଗୀଙ୍କ ଉପରେ ଆକ୍ରମଣ କରିଥିଲେ । ଏହାପରେ ଘଟଣାସ୍ଥଳରେ ନର୍ସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

ଖବର ପାଇ ଟାଉନ ଥାନା ପୋଲିସ ପହଞ୍ଚି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହାୟତାରେ ଆନ୍ଦୋଳନରତ ଟ୍ରେନିଂ ଛାତ୍ରଛାତ୍ରୀଙ୍କୁ ବୁଝା ସୁଝା କରିଥିଲେ । ତେବେ ଆକ୍ରମଣ କରିଥିବା ଯୁବକ ମାନଙ୍କୁ ତୁରନ୍ତ ଗିରଫ ଦାବିରେ ଆଡ଼ି ବସିଥିଲେ ଛାତ୍ରଛାତ୍ରୀ । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଆକ୍ରମଣକାରୀଙ୍କୁ ଗିରଫ କରାଯିବ ବୋଲି ଟାଉନ ଥାନା ପୋଲିସ ପ୍ରତିଶୃତି ଦେବାପରେ ଆନ୍ଦୋଳନରୁ ଓହରିଥିଲେ। ଅନ୍ୟପଟେ ଚିକିତ୍ସାଳୟରେ ସୁରକ୍ଷା କର୍ମୀଙ୍କ ଅବହେଳାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଇଟିଭି ଭାରତ, ଢେଙ୍କାନାଳ

For All Latest Updates

ABOUT THE AUTHOR

...view details