ଓଡିଶା

odisha

ETV Bharat / state

ମାଟ୍ରିକ ଖାତା ଦେଖା ଆରମ୍ଭ, ଢେଙ୍କାନାଳରେ ଖାତା ଦେଖିଲେ 100 ଶିକ୍ଷକ ଶିକ୍ଷୟିତ୍ରୀ - dhenkanal news

ଢେଙ୍କାନାଳ ସହର ସ୍ଥିତ ବ୍ରଜନାଥ ବଡ଼ଜେନା ହାଇସ୍କୁଲରେ ମଙ୍ଗଳବାର ଠାରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହୋଇଛି । ପ୍ରଥମ ଦିନରେ 100 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଖାତା ଦେଖିବା କାର୍ଯ୍ୟରେ ଯୋଗ ଦେଇଥିବା ଜଣାପଡିଛି ।

Matriculation begins to appear after the sanitation of the test center
ମାଟ୍ରିକ ଖାତା ଦେଖା ଆରମ୍ଭ, ଢେଙ୍କାନାଳରେ ଖାତା ଦେଖିଲେ 100 ଶିକ୍ଷକ ଶିକ୍ଷୟିତ୍ରୀ

By

Published : May 26, 2020, 7:53 PM IST

ଢେଙ୍କାନାଳ: ମଙ୍ଗଳବାର ଠାରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହୋଇଛି । ଢେଙ୍କାନାଳ ଜିଲ୍ଲାର ଖାତାଦେଖା ସେଣ୍ଟର ସହର ସ୍ଥିତ ବ୍ରଜନାଥ ବଡ଼ଜେନା ହାଇସ୍କୁଲରେ ହୋଇଛି । ସୋମବାରଠାରୁ ଏହି କେନ୍ଦ୍ରକୁ ସାନିଟାଇଜ କରାଯାଇଥିବା ବେଳେ ସାମାଜିକ ଦୂରତା ମଧ୍ୟରେ ଶିକ୍ଷକମାନେ ଏହି ଖାତା ଦେଖାରେ ନିୟୋଜିତ ହୋଇଛନ୍ତି ।

ମାଟ୍ରିକ ଖାତା ଦେଖା ଆରମ୍ଭ, ଢେଙ୍କାନାଳରେ ଖାତା ଦେଖିଲେ 100 ଶିକ୍ଷକ ଶିକ୍ଷୟିତ୍ରୀ

ମଙ୍ଗଳବାର ଗଣିତ, ଇଂରାଜୀ, ଇତିହାସ ଓ ଭୂଗୋଳ ବିଷୟର ଖାତା ଦେଖା ହୋଇଛି । ଏହି ସେଣ୍ଟରକୁ 8ଟି ୟୁନିଟରେ ବିଭକ୍ତ କରାଯାଇ ସାମାଜିକ ଦୂରତା ମଧ୍ୟରେ 200 ଶହ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଖାତା ଦେଖିବାର ବ୍ୟବସ୍ଥା କରାଯାଇଛି ।

ମାଟ୍ରିକ ଖାତା ଦେଖା ଆରମ୍ଭ, ଢେଙ୍କାନାଳରେ ଖାତା ଦେଖିଲେ 100 ଶିକ୍ଷକ ଶିକ୍ଷୟିତ୍ରୀ
ମାଟ୍ରିକ ଖାତା ଦେଖା ଆରମ୍ଭ, ଢେଙ୍କାନାଳରେ ଖାତା ଦେଖିଲେ 100 ଶିକ୍ଷକ ଶିକ୍ଷୟିତ୍ରୀ

ତେବେ ପ୍ରଥମ ଦିନରେ 100 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଖାତା ଦେଖିବା କାର୍ଯ୍ୟରେ ଯୋଗ ଦେଇଥିବା ଜଣାପଡିଛି । ସକାଳ 10ଟାରୁ ଅପରାହ୍ନ 3ଟା ଯାଏଁ ଏହି ଖାତା ଦେଖା ପ୍ରକ୍ରିୟା ଚାଲିଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details