ଓଡିଶା

odisha

ETV Bharat / state

ଢେଙ୍କାନାଳରେ ପୋଲିସ ପକ୍ଷରୁ କଡାକଡି ମାସ୍କ ଚେକିଂ - mask checking

ଢେଙ୍କାନାଳରେ ପୋଲିସ ପକ୍ଷରୁ କଡାକଡି ହେଉଛି ଚେକିଂ । କୋରୋନାର ଦ୍ୱିତୀୟ ଲହରରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଏପରି ସ୍ଥଳେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫ହଜାର ୭ଶହ ୫୫ ରେ ପହଞ୍ଚଛି । ଅଧିକ ପଢନ୍ତୁ...

ଢେଙ୍କାନାଳରେ ପୋଲିସ ପକ୍ଷରୁ କଡାକଡି ମାସ୍କ ଚେକିଂ
ଢେଙ୍କାନାଳରେ ପୋଲିସ ପକ୍ଷରୁ କଡାକଡି ମାସ୍କ ଚେକିଂ

By

Published : Apr 8, 2021, 5:09 PM IST

ଢେଙ୍କାନାଳ: କୋରୋନାର ଦ୍ୱିତୀୟ ଲହର । ବଢୁଛି ସଂକ୍ରମଣ । ଢେଙ୍କାନାଳରେ ପୋଲିସ ପକ୍ଷରୁ କଡାକଡି ହେଉଛି ଚେକିଂ । କୋରୋନାର ଦ୍ୱିତୀୟ ଲହରରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଏପରି ସ୍ଥଳେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫ହଜାର ୭ଶହ ୫୫ ରେ ପହଞ୍ଚଛି । ଏବେ ମଧ୍ୟ ୧୯ଜଣ ସଂକ୍ରିମତ ଚିକିତ୍ସିତ ରହିଛନ୍ତି ।

ଢେଙ୍କାନାଳରେ ପୋଲିସ ପକ୍ଷରୁ କଡାକଡି ମାସ୍କ ଚେକିଂ

ଏପରିସ୍ଥଳେ ଏହି ଦ୍ୱିତୀୟ ଲହର ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଫଳରେ ପୋଲିସ ପ୍ରଶାସନ ପକ୍ଷରୁ ମାସ୍କ ଚେକିଂ ଓ ସାମାଜିକ ଦୂରତା ଓ ସଚେତନତା ଉପରେ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଏପରିକି ଢେଙ୍କାନାଳ ସହର ସାଙ୍ଗକୁ ଜିଲ୍ଲାର ବିଭିନ୍ନ ବଜାର ଓ ଛକ ମାନଙ୍କରେ ପୋଲିସ ପକ୍ଷରୁ ମାସ୍କ ଚେକିଂକୁ କଡାକଡି କରାଯାଉଥିବା ଦେଖିବାକୁ ମିଳିଛି ।

ଅମାନିଆଙ୍କ ଠାରୁ ଫାଇନ ମଧ୍ୟ ଆଦାୟ କରାଯାଉଛି । ଜନସାଧାରଣଙ୍କୁ ପୋଲିସ ପକ୍ଷରୁ ସଚେତନତା କରାଯାଉଥିବା ଦେଖାଯାଉଛି । ତେବେ ସ୍ଥାନୀୟ ଲୋକମାନେ ପୋଲିସ ପ୍ରଶାସନର ଏଭଳି ପଦକ୍ଷେପକୁ ସ୍ୱାଗତ କରୁଥିବା ପ୍ରକାଶକ କରନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details