ଢେଙ୍କାନାଳ:ଲୋକଙ୍କ ସମସ୍ୟାର ସମାଧାନ କରିବା ପୋଲିସଙ୍କ କାମ । ଚୋରି, ଡକାୟତି ଓ ଗଣ୍ଡଗୋଳ ଆଦି ସମସ୍ୟାରେ ସାଧାରଣ ଲୋକଙ୍କୁ ସାହାଯ୍ୟ କରିବା ପୋଲିର କର୍ତ୍ତବ୍ୟ । ହେଲେ ଢେଙ୍କାନାଳ ଜିଲ୍ଲାରେ ପୋଲିସର ଦାଦାଗିରି ଦେଖିବାକୁ ମିଲିଛି । ଚୋରି ଏତଲା ନେଇ ଫାଣ୍ଡିକୁ ଯାଇଥିବା ଜଣେ ଅଭିଯୋଗକାରୀଙ୍କୁ ପାଲଟା ଚାପୁଡ଼ା ମାରିବା ସହ ଧମକ ଚମକ ଦେଉଥିବା ଦେଖିବାକୁ ମିଳିଛି । ଘଟଣାର ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଢେଙ୍କାନାଳ ଜିଲ୍ଲା ସୁରପ୍ରତାପପୁର ଫାଣ୍ଡି ବାବୁଙ୍କ ନାମରେ ଏହି ଅଭିଯୋଗ ହୋଇଛି ।
ସୂଚନାଅନୁସାରେ, ଜଣଙ୍କ ଦୋକାନରୁ ଚୋରି ହୋଇଥିଲା । ତାର ଅଭିଯୋଗ ନେଇ ପୋଲି ଫାଣ୍ଡିକୁ ଯାଇଥିଲେ ଅଭିଯୋଗକାରୀ । କିନ୍ତୁ ପୋଲିସ ତାଙ୍କୁ ପାଲଟା ଚାପୁଡା ମାରିଥିବା ଅଭିଯୋଗ ହୋଇଛି । ଅଭିଯୋଗ କରିବାକୁ ଯାଇଥିବା ଅଭିଯୋଗକାରୀଙ୍କୁ ଫାଣ୍ଡି ବାବୁଙ୍କ ଠାରୁ ମାଡ଼ ଓ ଗାଳି ଗୁଳଜ ଶୁଣିବାକୁ ପଡିଛି । ଯାହାର ଭିଡିଓ ଭାଇରାଲ ହେବା ପରେ ହରଣ ଗଡାରେ ପଡିଛନ୍ତି ଫାଣ୍ଡି ବାବୁ ଅଶୋକ ତ୍ରିପାଠୀଙ୍କୁ ଅଡ଼ୁଆରେ ପକାଇ ଦେଇଛି । ଫାଣ୍ଡି ଅଧିକାରୀ ଅଶୋକ ତ୍ରିପାଠୀଙ୍କ ଏପରି ଦବଙ୍ଗଗିରିକୁ ନେଇ ଢେଙ୍କାନାଳରେ ଏବେ ଚର୍ଚ୍ଚା ହୋଇଛି । ଭୁବନ ଥାନା ଅଧୀନରେ ଥିବା ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ ୫୩ ଟିପିଲେଇ ଛକ ନିକଟରେ ଥିବା କବାଡିଆ ଦୋକାନ ଚୋରିକୁ ନେଇ ଘଟିଛି ଏହି ଘଟଣା ।
ଏହା ବି ପଢନ୍ତୁ...ଡିପ୍ଲୋମା ଛାତ୍ରରୁ ଡ୍ରଗସ୍ ବେପାରୀ, ୨କେଜି ବ୍ରାଉନସୁଗାର ସହ ଧରିଲା ପୋଲିସ