ଢେଙ୍କାନାଳ: ମହାବିରୋଡ଼ ରେଞ୍ଜ ଡିହଡୋଳ ସେକ୍ସନରେ ହାତୀଙ୍କର ଉପଦ୍ରବ ଥମିବାର ନା ଧରୁନି। ଏପରି ସ୍ଥଳେ ପୁଣି ରବିବାର ସନ୍ଧ୍ୟାରେ ହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣଙ୍କ ହେଲେ ପରଜଙ୍ଗ ଥାନା କଟାବାହାଳ ଗ୍ରାମର ଦୁଃଶାସନ ଦାସ।
ସୂଚନା ଅନୁଯାୟୀ, ବିଲରେ କାମ କରିବାକୁ ଯାଇ ଦୁଃଶାସନ ଘରକୁ ଫେରୁଥିବା ବେଳେ କଟାବାହାଳ ନୁଆସାହି ନିକଟରେ ହାତୀ ଆକ୍ରମଣର ଶୀକାର ହୋଇଥିଲେ। ଯାହା ଫଳରେ ତାଙ୍କ ଗୋଡରେ ଗଭୀର ଆଘାତ ଲାଗିଥିଲା। ତେବେ ଏହି ଘଟଣା ପରେ ଲୋକ ତାଙ୍କୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।