ଢେଙ୍କାନାଳ:ମହାଶିବରାତ୍ରୀ ପାଇଁ ଚଳ ଚଞ୍ଚଳ କପିଳାଶ ପୀଠ । ଭୋର ୪ ଟା ୨୦ ରେ ଉଠିବ ମହାଦୀପ । କୋଭିଡ କଟକଣା ମଧ୍ୟରେ ପାଳନ ହେଉଛି ଜାଗର ।
ମହାଶିବରାତ୍ରୀ ଅବସରରେ ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାଶରେ ଜାଗର ଯାତ୍ରା ଅନୁଷ୍ଠିତ ହେଉଛି । ପ୍ରଭୁ ଚନ୍ଦ୍ରଶେଖରଙ୍କ ଏହି ପୀଠ ଜାଗର ଯାତ୍ରାରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଛି । ଫଳରେ କୋଭିଡ ସଂକ୍ରମଣ ଆଶଙ୍କାରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ମଧ୍ୟ କଟକଣା ଜାରି କରିଛି । ପୀଠକୁ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଓ ୧୦ ବର୍ଷରୁ କମ ଶିଶୁଙ୍କୁ ବାରଣ କରାଯାଇଛି । ଏହା ସହ ଜିଲ୍ଲା ବାହାର ଶ୍ରଦ୍ଧାଳୁଙ୍କୁ ମନା ଥିବାବେଳେ ଶ୍ରଦ୍ଧାଳୁମାନେ ସମସ୍ତେ ନିଜ ନିଜର ଆଧାର କାର୍ଡ ସାଥିରେ ରଖିଥିବା ବାଧ୍ୟତା ମୂଳକ କରାଯାଇଛି । ତେବେ ପରମ୍ପରା ମୁତାବକ କପିଳାଶ ପୀଠର ଅଧିଷ୍ଠାତା ପ୍ରଭୁ ଚନ୍ଦ୍ର ଶେଖରଜୀଉ ଙ୍କର ନୀତିକାନ୍ତି ଆଜି ଭୋର ସମୟରୁ ଆରମ୍ଭ ହୋଇଯାଇଛି।