ଓଡିଶା

odisha

ETV Bharat / state

ଭ୍ୟାକ୍ସିନ ନେବାପରେ ଶରୀରରେ ଚୁମ୍ବକୀୟ ଶକ୍ତି, ଲାଗି ରହୁଛି ଗିନା କଂସା ତାଟିଆ - ଚୁମ୍ବକୀୟ ଶକ୍ତି

କୋଭିଡ ଭ୍ୟାକ୍ସିନ କୋଭିସିଲଡ଼ ଟୀକା ନେବା ପରେ ଶରୀରରେ ଚୁମ୍ବକୀୟ ଶକ୍ତି । ଟୀକା ନେବା ପରେ ଦମ୍ପତିଙ୍କ ଶରୀରରେ ବୃଦ୍ଧି ପାଇଛି ଚୁମ୍ବକୀୟ ଶକ୍ତି ଏବଂ ଦେହରେ ଲାଗି ରହୁଛି ଗିନା କଂସା ତାଟିଆ । ଅଧିକ ପଢନ୍ତୁ...

magnatic power increase in body after vaccination in dhenkanal
ଭ୍ୟାକ୍ସିନ ନେବାପରେ ଶରୀରରେ ଚୁମ୍ବକୀୟ ଶକ୍ତି, ଦେହରେ ଲାଗି ରହୁଛି ଗିନା କଂସା ତାଟିଆ

By

Published : Jun 13, 2021, 4:45 PM IST

ଢେଙ୍କାନାଳ:ଟୀକା ନେବା ପରେ ଶରୀରରେ ବୃଦ୍ଧି ପାଇଛି ଚୁମ୍ବକୀୟ ଶକ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସହରର ଦକ୍ଷିଣକାଳି ଅଞ୍ଚଳର ଦମ୍ପତିଙ୍କ ଶରୀରରେ । ଉଭୟଙ୍କ ଶରୀର ପାଲଟିଯାଉଛି ଚୁମ୍ବକ ।

ଭ୍ୟାକ୍ସିନ ନେବାପରେ ଶରୀରରେ ଚୁମ୍ବକୀୟ ଶକ୍ତି, ଦେହରେ ଲାଗି ରହୁଛି ଗିନା କଂସା ତାଟିଆ

କୋରୋନା ଭ୍ୟାକ୍ସିନ ନେବା ପରେ ଶରୀରରେ ସୃଷ୍ଟି ହେଉଛି ଅଦ୍ଭୁତ ଚୁମ୍ବକୀୟ ଶକ୍ତି। ଆଉ ସେହି ଚୁମ୍ବକୀୟ ଶକ୍ତି ବଳରେ ଦେହରେ ଲାଗି ରହୁଛି ଗିନା, କଂସା,ତାଟିଆ ଠୁ ନେଇ ଷ୍ଟିଲ ଚାମଚ, ଚାବିକାଠି ଓ କିଛି କଏନ ଟଙ୍କା। ଏଭଳି ଦାବି କରିଛନ୍ତି ଢେଙ୍କାନାଳ ଦକ୍ଷିଣକାଳୀ ଅଞ୍ଚଳର ଦମ୍ପତି ରମେଶ ଚନ୍ଦ୍ର ସାହୁ ଓ ଗିତାଞ୍ଜଳି ସାହୁ। ସେମାନଙ୍କ କହିବା ମୁତାବକ ରମେଶ ଚନ୍ଦ୍ର ସାହୁ ଗତ ମେ ମାସ ୧୮ ତାରିଖରେ ଓ ତାଙ୍କ ପତ୍ନୀ ଗିତାଞ୍ଜଳି ମେ ୨୪ ତାରିଖରେ କୋଭିସିଲ୍ଡର ପ୍ରଥମ ଡୋଜ ନେଇଥିଲେ। ଆଉ ଏବେ ହଠାତ ଉଭୟଙ୍କ ଦେହରେ ଏଭଳି ଚୁମ୍ବକୀୟ ଶକ୍ତି ଦେଖି ଏହି ଦମ୍ପତି ଆଶ୍ଚର୍ଯ୍ୟ ଚକିତ ହୋଇ ପଡିଛନ୍ତି।

ଏହି ଘଟଣା ପରେ ତାଙ୍କ ମନରେ ସାମାନ୍ୟ ଭୟ ସୃଷ୍ଟି ହେଉଛି ବୋଲି କହିଛନ୍ତି ପତ୍ନୀ ଗିତାଞ୍ଜଳି। ଏହି ଘଟଣା ପରେ ଦକ୍ଷିଣକାଳୀ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ

ABOUT THE AUTHOR

...view details