ଓଡିଶା

odisha

ETV Bharat / state

ଢେଙ୍କାନାଳରେ ବୃଦ୍ଧାଙ୍କ ଠାରୁ ଲୁଟ୍, ଲୁଟିଲେ 40 ହଜାର ଟଙ୍କା ସହ ସୁନାଗହଣା - ଲୁଟେରାଙ୍କ ଚାଲେଞ୍ଜ

୩ଜଣ ଲୁଟେରା ମୁହଁରେ ମୁଖା ପିନ୍ଧି ସୌଦାମିନୀ ପତି ନାମକ ଜଣେ ବୃଦ୍ଧାଙ୍କ ଘରକୁ ଟାର୍ଗେଟ କରିଥିଲେ। ତାଙ୍କୁ ଭୁଜାଲି ଦେଖାଇ ଭୟଭୀତ କରି ଘରେ ଥିବା ପ୍ରାୟ ୪୦ହଜାର ଟଙ୍କା ସହ ସୁନା ଅଳଙ୍କାର ଆଦି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ କରିଛନ୍ତି । ଅଧିକ ପଢନ୍ତୁ

looters challenge dhenkanal police
ଢେଙ୍କାନାଳ ସଦର ପୁଲିସକୁ ଲୁଟେରାଙ୍କ ଚାଲେଞ୍ଜ

By

Published : Jun 15, 2022, 4:01 PM IST

ଢେଙ୍କାନାଳ: ଢେଙ୍କାନାଳ ସଦର ପୁଲିସକୁ ଲୁଟେରାମାନେ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି । ଏପରିକି ଗୋବିନ୍ଦପୁର ପୁଲିସ ଫାଣ୍ଡି ପଛ ପଟରୁ ଆଜି ଅପରାହ୍ନରେ ଘରେ ପଶି ଲୁଟିଛନ୍ତି ଲୁଟେରା । ୩ଜଣ ଲୁଟେରା ମୁହଁରେ ମୁଖା ପିନ୍ଧି ସୌଦାମିନୀ ପତି ନାମକ ଜଣେ ବୃଦ୍ଧାଙ୍କ ଘରକୁ ଟାର୍ଗେଟ କରିଥିଲେ । ଏକୁଟିଆ ଥିବାର ସୁଯୋଗରେ କାଲି ଅପରାହ୍ନରେ ଘରେ ପଶି ଏହି ଲୁଟେରା ମାନେ ସୌଦାମିନୀଙ୍କ ଗୋଡ଼ ହାତ ବାନ୍ଧି ଦେଇ ଥିଲେ । ତାଙ୍କୁ ଭୁଜାଲି ଦେଖାଇ ଭୟଭୀତ କରି ଘରେ ଥିବା ପ୍ରାୟ ୪୦ହଜାର ଟଙ୍କା ସହ ସୁନା ଅଳଙ୍କାର ଆଦି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ କରିଛନ୍ତି ।

ଏପରିକି ବୃଦ୍ଧା ପିନ୍ଧିଥିବା କାନ ଫୁଲ ଟାଣି ନେବାରୁ ତାଙ୍କ କାନ ଛିଣ୍ଡି ଯାଇଥିବା ଜଣାପଡିଛି । ପରେ ଲୁଟେରାମାନେ ବୃଦ୍ଧାଙ୍କୁ ଗୋଡ଼ ହାତ ବାନ୍ଧିବା ଅବସ୍ଥାରେ ପାଇଖାନାରେ ପକାଇ ଲୁଟେରା ମାନେ ତାଙ୍କ ସୁନା ନେଇ ପଳାଇଯାଇଥିବା ଜଣାପଡିଛି । ତେବେ ସନ୍ଧ୍ୟାରେ ବୃଦ୍ଧାଙ୍କ ଚିତ୍କାର ଶୁଣି ପଡ଼ାେଶୀ ପହଞ୍ଚି ଘର ସମ୍ମୁଖରେ ଥିବା ପୁଲିସ ଫାଣ୍ଡିରେ ଜଣାଇଥିଲେ । ପରେ ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସଦର ଥାନା ପୁଲିସ ଘଟଣାର ଛାନଭିନ କରୁଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details