ଢେଙ୍କାନାଳ :ପରଜଙ୍ଗ ଥାନା ଜରଡ଼ା ଗ୍ରାମ ନିକଟରୁ ୪ ଜଣ ଦୁର୍ବୃତ୍ତ ବନ୍ଧୁକ ଓ ଭୁଜାଲି ଦେଖାଇ ଜଣେ ବ୍ୟକ୍ତିଙ୍କଠାରୁ ମୋବାଇଲ ଓ ଟଙ୍କା ଲୁଟି ନେଉଥିବା ସମୟରେ ଲୋକଙ୍କ ହାତରେ ଧରା ପଡିଛନ୍ତି । ପରେ ସେମାନଙ୍କୁ ପୋଲିସ ଜିମା ଦେଇଛନ୍ତି ସ୍ଥାନୀୟ ଲୋକ ।
ସୂଚନା ଅନୁସାରେ ଗଡ଼ପଳାଶୁଣୀ ଗ୍ରାମର ବିଶ୍ୱଜିତ ସାମଲ କାମାକ୍ଷାନଗରରୁ କାମ ସାରି ବାଇକ ଯୋଗେ ସାଙ୍ଗଙ୍କ ସହ ଗ୍ରାମକୁ ଫେରୁଥିଲେ। ଜରଡ଼ା ଘାଟି ନିକଟରେ ୪ ଜଣ ଦୁର୍ବୃତ୍ତ 2ଟି ମୋଟର ସାଇକେଲ ଯୋଗେ ଆସି ସେମାନଙ୍କୁ ଅଟକାଇ ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଟ କରିଥିଲେ l ବିଶ୍ୱଜିତ ଓ ତାଙ୍କ ସାଙ୍ଗକୁ ଡରାଇ ସେମାନଙ୍କଠାରୁ ୨୦ ହଜାର ଟଙ୍କା, ମୋବାଇଲ ଓ ପର୍ସ ଲୁଟି ନେବାରେ ମଧ୍ୟ ସଫଳ ହୋଇଥିଲେ ଲୁଟେରା ।