ଢେଙ୍କାନାଳ:ଢେଙ୍କାନାଳ ଭାପୁର ରାସ୍ତାରେ ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ଲୁଟିଲେ ଦୁର୍ବୃତ୍ତ । ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ବିକାଶ ସ୍ବାଇଁ । ପିଏନବି ବ୍ୟାଙ୍କ କର୍ମଚାରୀ ଭାପୁର ଫାଣ୍ଡି ଅନ୍ତର୍ଗତ ବାଲ୍ୟମ୍ବା ପିଏନବି ଶାଖାରୁ ଟଙ୍କା ନେଇ ଜିଲ୍ଲାର ମୁଖ୍ୟ ଶାଖାକୁ ଫେରୁଥିଲେ । ତେବେ ଗୋଟିଏ ବାଇକରେ 3 ଜଣ ଦୁର୍ବୃତ୍ତ ଆସି ବଡଧଡା ନିକଟରେ ପିସ୍ତଲ ଦେଖାଇ ଭୟଭୀତ କରିଥିଲେ । ପାଖରେ ଥିବା 70ହଜାର ଟଙ୍କା , ଲାପଟପ ଓ ତାଙ୍କ ମୋବାଇଲକୁ ଝାମ୍ପି ନେଇଥିଲେ ।
ବ୍ୟାଙ୍କ କର୍ମଚାରୀଙ୍କୁ ଲୁଟିନେଲେ ଦୁର୍ବୃତ୍ତ - police started investigation
ବ୍ୟାଙ୍କ କର୍ମଚାରୀଙ୍କୁ ଲୁଟିଲେ ଦୁର୍ବୃତ୍ତ । ୭୦ହଜାର ଟଙ୍କା, ଲାପଟପ୍ ଓ ମୋବାଇଲକୁ ନେଲେ ଝାମ୍ପି । ଅଧିକ ପଢନ୍ତୁ...
![ବ୍ୟାଙ୍କ କର୍ମଚାରୀଙ୍କୁ ଲୁଟିନେଲେ ଦୁର୍ବୃତ୍ତ loot in dhenkanal, police started investigation](https://etvbharatimages.akamaized.net/etvbharat/prod-images/768-512-7071665-thumbnail-3x2-loot-jp.jpg)
ବ୍ୟାଙ୍କ କର୍ମଚାରୀଙ୍କୁ ଲୁଟିଲେ ଦୁର୍ବୁତ୍ତ
ବ୍ୟାଙ୍କ କର୍ମଚାରୀଙ୍କୁ ଲୁଟିଲେ ଦୁର୍ବୁତ୍ତ
ଏ ନେଇ ସେ ଭାପୁର ଫାଣ୍ଡିରେ ଅଭିଯୋଗ କରିଥିବା ବେଳେ ପୁଲିସ ତନାଘନା ଆରମ୍ଭ କରିଛି । ହେଲେ, ଲୁଟେରା ମାନଙ୍କର କୈଣସି ପତ୍ତା ପାଇନି ପୁଲିସ ।
ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ