ଓଡିଶା

odisha

ETV Bharat / state

ମନ୍ଦିର ହୁଣ୍ଡି ଭାଙ୍ଗି ଦକ୍ଷିଣା ଲୁଟି ନେଲେ ଦୁର୍ବୃତ୍ତ

ରାଜ୍ୟରେ ଏବେ ଚାଲିଛି ଲୁଟେରାଙ୍କ ରାଜ୍ । ଢେଙ୍କାନାଳ ଜୁବୁଲି ଟାଉନ ସ୍ଥିତ ନାଗେଶ୍ବର ମନ୍ଦିରରୁ ହୁଣ୍ଡି ଭାଙ୍ଗି ଦକ୍ଷିଣା ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ପୋଲିସର ଛାନଭିନ୍ ଜାରି । ଅଧିକ ପଢନ୍ତୁ...

loot in dhenkanal nageswar temple
ମନ୍ଦିରରୁ ହୁଣ୍ଡି ଭାଙ୍ଗି ଦକ୍ଷିଣା ଟଙ୍କା ଲୁଟିନେଲେ ଦୁର୍ବୃତ

By

Published : Nov 25, 2020, 1:52 PM IST

ଢେଙ୍କାନାଳ: ରାଜ୍ୟରେ ଏବେ ବଢିବାରେ ଲାଗିଛି ଲୁଟପାତ । ଆଉ ଏହି ଲୁଟେରାମାନଙ୍କ କବଳରୁ ବାଦ ପଡୁ ନାହାନ୍ତି ଖୋଦ ଭଗବାନ । ମଙ୍ଗଳବାର ରାତିରେ ଢେଙ୍କାନାଳ ସହରର ଜୁବୁଲି ଟାଉନ ସ୍ଥିତ ନାଗେଶ୍ବର ମନ୍ଦିରକୁ ଲୁଟିଛନ୍ତି ଲୁଟେରା । ମନ୍ଦିରର ଉଭୟ ନାଗେଶ୍ବର ଶିବ ମନ୍ଦିର ଓ ପରିସରରେ ଥିବା ପାର୍ବତୀ ମନ୍ଦିରର ଦୁଇଟି ହୁଣ୍ଡିକୁ ଭାଙ୍ଗି ଭକ୍ତ ମାନେ ଦେଇଥିବା ଦକ୍ଷିଣା ଟଙ୍କାକୁ ଲୁଟି ନେଇଛନ୍ତି ।

ମନ୍ଦିରରୁ ହୁଣ୍ଡି ଭାଙ୍ଗି ଦକ୍ଷିଣା ଟଙ୍କା ଲୁଟିନେଲେ ଦୁର୍ବୃତ

ମନ୍ଦିରର ଗ୍ରିଲ ତାଲାକୁ ତାଡି ଦେଇଥିବା ବେଳେ ମନ୍ଦିର ଭିତରୁ ଦୁଇଟି ହୁଣ୍ଡିକୁ ଭାଙ୍ଗି ଟଙ୍କା ଲୁଟିନେଇ ହୁଣ୍ଡି ଦୁଇଟିକୁ ଫୋପାଡ଼ି ଦେଇ ପଳାଇଛନ୍ତି ଦୁର୍ବୃତ୍ତ । ଆଜି ସକାଳୁ ମନ୍ଦିରକୁ ପୂଜା କରିବାକୁ ଆସିବାଥିବା ପୂଜକ, ମନ୍ଦିର ଗ୍ରିଲ ତଡାଯାଇଥିବା ସହ ବାହାରେ ହୁଣ୍ଡି ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ।

ସୂଚନା ପାଇ, ଟାଉନପୁଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ତେବେ ଉଭୟ ହୁଣ୍ଡିରୁ ପ୍ରାୟ ୪୦ ହଜାର ଟଙ୍କା ଲୁଟି ନେଇଥିବା ମନ୍ଦିର ପୂଜକଙ୍କ ପକ୍ଷରୁ ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details