ଢେଙ୍କାନାଳ: ମୁମ୍ବାଇରୁ ଭୁବନେଶ୍ବର ଯାଇଥିବା ଲୋକମାନ୍ୟ ତିଳକ ସୁପରଫାଷ୍ଟ ଏକ୍ସପ୍ରେସ ଆଜି ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ରେଳ ଧାରଣା ଭାଙ୍ଗି ଯାଇଥିଲେ ମଧ୍ୟ ସୌଭାଗ୍ୟବଶତଃ ଧାରଣା ଅତିକ୍ରମ କରିଯାଇଥିବା ଜଣାପଡିଛି ।
ମିଳିଥିବା ସୂଚନା ମୁତାବକ, ପୂର୍ବତଟ ରେଳପଥର ଢେ଼ଙ୍କାନାଳ ଠାରୁ ତାଳଚେର ଆଡକୁ ପ୍ରାୟ ୧୫କିମି ଦୂର ମହାଦିଆ ଷ୍ଟେସନ ନିକଟରେ ରେଳ ଧାରଣାର ଗୋଟିଏ ପାର୍ଶ୍ବ ସଂପୂର୍ଣ୍ଣ ଦୁଇଖଣ୍ଡ ହୋଇ ଭାଙ୍ଗିଯାଇଥିଲା । ଯାହାକୁ ଜାଣି ପାରିନଥିଲା ରେଳ ବିଭାଗ । ଏପରିକି ଆଜି ସକାଳ ୬ଟା ସମୟରେ ମୁମ୍ବାଇ ଭୁବନେଶ୍ବର ଲୋକମାନ୍ୟ ତିଳକ ସୁପରଫାଷ୍ଟ ଏକ୍ସପ୍ରେସ ଏହି ଭଙ୍ଗା ରେଳଧାରଣା ଉପରେ ଅତିକ୍ରାନ୍ତ କରିଥିବା ଦେଖିବାକୁ ମିଳିଥିଲା । ସୌଭାଗ୍ୟବଶତଃ ଏଥିପାଇଁ କୌଣସି ଅଘଟଣ ଘଟିନାହିଁ ।