ଓଡିଶା

odisha

By

Published : Jul 26, 2020, 2:12 PM IST

ETV Bharat / state

କୋରୋନା କୋପ: ମାଙ୍ଗଳିକ କାର୍ଯ୍ୟ ବାଧାପ୍ରାପ୍ତ, ହତାଶ ବ୍ୟବସାୟୀ

ସାରା ବିଶ୍ଵବ୍ୟାପି କୋରନା ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ଏପରିସ୍ଥଳେ ମାଙ୍ଗଳିକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । କହିବାଜୁ ଗଲେ ସିଧାସଳଖ ଏହି କୋରନା ମାଡ଼ ବିବାହ ବେଦି ଉପରେ ପଡିଛି । ଏହାକୁ ନେଇ ଦେଖନ୍ତୁ ଇଟିଭି ଭାରତର ସ୍ପେଶାଲ ରିପୋର୍ଟ...

କୋରୋନା କୋପ: ମାଙ୍ଗଳିକ କାର୍ଯ୍ୟ ବାଧାପ୍ରାପ୍ତ, ହତାଶ ବ୍ୟବସାୟୀ
କୋରୋନା କୋପ: ମାଙ୍ଗଳିକ କାର୍ଯ୍ୟ ବାଧାପ୍ରାପ୍ତ, ହତାଶ ବ୍ୟବସାୟୀ

ଢେଙ୍କାନାଳ: ନା ଅଛି ରୋଷଣୀ । ନା ବାଜା ବାଣର ଆସର । ନା ହୋଇ ପାରୁଛି ବନ୍ଧୁ ବାନ୍ଧବଙ୍କ ଭିଡ଼ । ଆଉ ଭୋଜି ଭାତର ମାହୋଲ ପୁରା ଫିକା ପଡିଯାଇଛି । କେବଳ ବିଧି ରକ୍ଷା ପାଇଁ ବେଦି ଉପରେ ହାତ ଗଣ୍ଠିରେ ସୀମିତ ରହିଯାଉଛି ବିବାହର ମାହୋଲ । କହିବାକୁ ଗଲେ ମହାମାରୀ କୋରୋନା ସିଧା ସଳଖ ବିବାହ ବେଦି ଉପରେ ମାଡ଼ କରିଛି । ଏହାର ପ୍ରଭାବରେ ମାଙ୍ଗଳିକ କାର୍ଯ୍ୟ ସମ୍ପୂର୍ଣ୍ଣ ଫିକା ପିଡିଛି ।

କୋରୋନା କୋପ: ମାଙ୍ଗଳିକ କାର୍ଯ୍ୟ ବାଧାପ୍ରାପ୍ତ, ହତାଶ ବ୍ୟବସାୟୀ

କୋରୋନା କଟକଣା ଯୋଗୁଁ ବିବାହ ଉତ୍ସବ ଏକ ପ୍ରକାର ବନ୍ଦ ରହିଥିବା ବେଳେ ଅତି ଜରୁରୀ ପରିସ୍ଥିତିରେ କେବଳ ବେଦିରେ ପ୍ରଥା ପାଳୁଛନ୍ତି ବୋଲି ପ୍ରକାଶ କରନ୍ତି ଉଭୟ ବର ଆଉ କନ୍ୟାପକ୍ଷ । ଏହିସବୁ ଉପରେ ନିର୍ଭର କରି ବ୍ୟବସାୟ କରୁଥିବା ଟେଣ୍ଟ ହାଉସ ,ସପ୍ଲାୟର ଓ କ୍ୟାଟରିଂ ବ୍ୟବସାୟୀଙ୍କ ଅବସ୍ଥା ଜଟିଳ ହେବାରେ ଲାଗିଛି । ସେପଟେ ବିବାହ ମଣ୍ଡପ ଓ ଫୋଟୋ ଗ୍ରାଫରଙ୍କ କଥା ନକହିବା ଭଲ । କୋରୋନା କଟକଣା ଦିନଠାରୁ ଆଜିଯାଏ ବିବାହ ମଣ୍ଡପ ଗୁଡିକର ତାଲା ଖୋଲିନାହିଁ। ଅଳ୍ପ ଲୋକଙ୍କ ମଧ୍ୟରେ କାଁ ଭାଁ ବାହାଘର ଅନୁଷ୍ଠିତ ହେଉଥିବା ବେଳେ ମଣ୍ଡପ, ଫୋଟୋ ବା ଭିଡିଓ ସୁଟିଂ କଥା ପଚାରେ କିଏ । ଏପରି ସ୍ଥଳେ ଲକ୍ଷ ଲକ୍ଷ ଟଙ୍କା ବ୍ୟାଙ୍କ ଋଣ କରି ବ୍ୟବସାୟରେ ଲଗାଇ ବେଉସା କରୁଥିବା ଏପରି ପେଷାଦାର ମାନେ ହତାଶ ହୋଇପଡିଛନ୍ତି ।

ଦିନକୁ ଦିନ ମହାମାରୀ କୋରନା କରାଳ ରୂପ ନେବାରେ ଲାଗିଛି । ଏପରି ସ୍ଥଳେ ଏହି ପେଷାରେ ରହିଥିବା ବ୍ୟବସାୟୀ ମାନେ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ ଥିବାବେଳେ ସରକାର ଏମାନଙ୍କ ଉପରେ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details