ଓଡିଶା

odisha

ETV Bharat / state

ରୁଙ୍ଗଟା କାରଖାନା ବିବାଦ, ଜିଲ୍ଲାପାଳଙ୍କୁ ଅଞ୍ଚଳବାସୀଙ୍କ ଦାବିପତ୍ର - ରୁଙ୍ଗଟା କାରଖାନା

ରୁଙ୍ଗଟା କାରଖାନା ବିରୁଦ୍ଧରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଦାବିପତ୍ର ଦେଲେ ସ୍ଥାନୀୟ ଅଞ୍ଚଳବାସୀ । ଅଧିକ ପଢନ୍ତୁ

rungta factory conflit
rungta factory conflit

By

Published : Feb 8, 2023, 1:00 PM IST

rungta factory conflit

ଢେଙ୍କାନାଳ: ଜମି ନେଇ କ୍ଷତିଗ୍ରସ୍ତଙ୍କୁ ଭୁଲିଗଲେ ରୁଙ୍ଗଟା କାରଖାନା ମାଲିକ । କାରଖାନାକୁ ନେଇ ପୁଣି ବଢିଲା ଜନ ଅସନ୍ତୋଷ । ଅଭିଯୋଗ ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା କାରଣରୁ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ କାରଖାନା କ୍ଷତିଗ୍ରସ୍ତ ଅଞ୍ଚଳବାସୀ ।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଝାଡବନ୍ଧ ଅଞ୍ଚଳରେ ଗଢି ଉଠିଥିବା ରୁଙ୍ଗଟା କାରଖାନା ବିରୁଦ୍ଧରେ ଜଣ ଅସନ୍ତୋଷ ବଢ଼ିବାରେ ଲାଗିଛି । କାରଖାନା ଯୋଗୁଁ କ୍ଷତିଗ୍ରସ୍ତ ଅଞ୍ଚଳବାସୀ ବିଭିନ୍ନ ସମସ୍ୟା ସମ୍ପର୍କିତ ଅଭିଯୋଗ ନେଇ ବାରମ୍ବାର ଢେଙ୍କାନାଳ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଉଛନ୍ତି । ତେବେ ପ୍ରଶାସନର ନିଷ୍କ୍ରିୟତା ନେଇ ଏହି ଅଞ୍ଚଳବାସୀ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରି ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ।

ସୂଚନାଥାଉକି, ରୁଙ୍ଗଟା ମାଇନ୍ସ ପକ୍ଷରୁ ଗତ ୨୦୦୬ମସିହାରେ ହିନ୍ଦୋଳ ବ୍ଲକର ଝାଡବନ୍ଧ ଠାରେ କାରଖାନା ପାଇଁ ଜମି ଅଧିଗ୍ରହଣ କରିଥିଲା । ଫଳରେ କାରଖାନା ଯୋଗୁଁ ଏହି ହିନ୍ଦୋଳ ବ୍ଲକର ଝାଡବନ୍ଧ, ଗାଲପଡା ଓ ତର୍କା ବେଡା ଗ୍ରାମ ସିଧା ସଳଖ ପ୍ରଭାବିତ ହେବା ସହ ସେମାନେ ଜମି ଓ ଭିଟାମାଟି ହରାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ପାଚେରୀ ନିର୍ମାଣକୁ ବିରୋଧ ପ୍ରସଙ୍ଗ, ହସ୍ତକ୍ଷେପ ପାଇଁ ମନା କଲେ ହାଇକୋର୍ଟ

ତେବେ କ୍ଷତିଗ୍ରସ୍ତ ଅଞ୍ଚଳବାସୀଙ୍କ ଅଭିଯୋଗ ମୁତାବକ," ରୁଙ୍ଗଟା କାରଖାନା ଯୋଗୁଁ ଜମି ହରାଇଥିବା ସ୍ଥାନୀୟ ଝାଡ଼ ବନ୍ଧ, ଗାଲପଡା ଓ ତର୍କାବେଡା ଆଦି ଗ୍ରାମବାସୀଙ୍କୁ କାରଖାନା ପକ୍ଷରୁ ନିଯୁକ୍ତି, ଶିକ୍ଷା ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣ ଆଦି ବ୍ୟବସ୍ଥା କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ଜମି ନେବାର ଇତି ମଧ୍ୟରେ ୧୭ବର୍ଷ ବିତିଯାଇଥିଲେ ମଧ୍ୟ ନିଯୁକ୍ତି, ପାରିପର୍ଶ୍ଵକ ଉନ୍ନତି ଦିଗରେ କାରଖାନା କର୍ତ୍ତୃପକ୍ଷ ଆଖି ବୁଜି ଦେଇଛନ୍ତି ।

ପାଲାଟା କାରଖାନାର ନିର୍ଗତ ବର୍ଜ୍ୟବସ୍ତୁ ସବୁକୁ ଗାଁ ପୋଖରୀକୁ ଛାଡିବା ଯୋଗୁଁ ଦୂଷିତ ପରିବେଶ ସୃଷ୍ଟି କରୁଛି । ଏହାସହ ଗାଁ ରାସ୍ତାକୁ ଖୋଳିଦେବା ଆଦି ସମସ୍ୟା ଅତିଷ୍ଠ କରୁଥିବାରୁ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିଆସୁଛୁ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଏପରିକି ଏ ସମ୍ପର୍କରେ ଗତ ୧୩ବର୍ଷ ହେଲା ଆରପି ଡିଏସିର କୋଣସି ବୈଠକ କରାଯାଉନାହିଁ । ଫଳରେ ଅଞ୍ଚଳବାସୀ ଜମି ହରାଇ ନାନା ସମସ୍ୟାରେ ସନ୍ତୁଳିତ ହେଉଛନ୍ତି । ତେଣୁ ଏନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛୁ ।" ଆସନ୍ତା ୧୫ଦିନ ମଧ୍ୟରେ ଜିଲ୍ଲାପାଳ ଦାବି ପୂରଣ ନକରିଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details