ଓଡିଶା

odisha

By

Published : Nov 16, 2021, 5:47 PM IST

Updated : Nov 16, 2021, 6:06 PM IST

ETV Bharat / state

ଢେଙ୍କାନାଳରେ CBI ଟିମକୁ ଆକ୍ରମଣ, ଚଢାଉ ବେଳେ ଅଘଟଣ

ତଦନ୍ତ ବେଳେ ଢେଙ୍କାନାଳରେ ଦିଲ୍ଲୀ CBI ଟିମ ଉପରେ ଆକ୍ରମଣ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଟାଉନ ଥାନା ପୋଲିସ ପହଞ୍ଚି ଟିମକୁ ଉଦ୍ଧାର କରିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ଢେଙ୍କାନାଳ: ଦିଲ୍ଲୀ CBI ଟିମର ଚଢାଉ ବେଳେ ସ୍ଥାନୀୟ ବାସିନ୍ଦାଙ୍କ ଆକ୍ରମଣ
ଢେଙ୍କାନାଳ: ଦିଲ୍ଲୀ CBI ଟିମର ଚଢାଉ ବେଳେ ସ୍ଥାନୀୟ ବାସିନ୍ଦାଙ୍କ ଆକ୍ରମଣ

ଢେଙ୍କାନାଳ: ଯୌନ ଶୋଷଣ ଖୋଲିବା ନେଇ ଢେଙ୍କାନାଳରେ ଚଢାଉ କରିଛି ଦିଲ୍ଲୀ ସିବିଆଇ ଟିମ । ଏହି ସମୟରେ ସ୍ଥାନୀୟ ଲୋକମାନେ ଜୋରଦାର ବିରୋଧ କରି ଠେଙ୍ଗା ବାଡ଼ି ଧରି ମହିଳାଙ୍କ ସିବିଆଇ ଟିମ ଉପରେ କରିଛନ୍ତି ଆକ୍ରମଣ । ଖବର ପାଇବା ପରେ ଟାଉନ ପୋଲିସ ପହଞ୍ଚି ସିବିଆଇ କର୍ମଚାରୀଙ୍କୁ ଉଦ୍ଧାର କରିଛି । ଚାଇଲ୍ଡ଼ ପର୍ଣ୍ଣ ସାଇଡ କରି ବିଦେଶୀ ଟଙ୍କା ଉପାର୍ଜନ ଘଟଣାରେ ସହରର ଜୁବୁଲି ଟାଉନ ଅଧିନସ୍ଥ ମିଥୁନ ନାୟକଙ୍କ ଘରେ ଚଢ଼ାଉ ଚାଲିଥିଲା ବୋଲି ଜଣାପଡ଼ିଛି ।

ଢେଙ୍କାନାଳରେ CBI ଟିମକୁ ଆକ୍ରମଣ, ଚଢାଉ ବେଳେ ଅଘଟଣ

ଏକ ଚାଇଲ୍ଡ଼ ପର୍ଣ୍ଣ ସାଇଡ ଖୋଲି ମିଥୁନ ବିଦେଶୀ ଟଙ୍କା ଉପାର୍ଜନ କରୁଛନ୍ତି ବୋଲି ହୋଇଥିଲା ଅଭିଯୋଗ । ଆଉ ସୂଚନା ପାଇ ଆଜି(ମଙ୍ଗଳବାର) ଦିଲ୍ଲୀରୁ CBIର ଏକ 5 ଜଣିଆ ଟିମ ଢେଙ୍କାନାଳ ସହର ଜୁବୁଲି ଟାଉନର ମିଥୁନଙ୍କ ଘରେ ଚଢ଼ାଉ କରିଥିଲୋ । ସକାଳୁ ଏହି ଚଢ଼ାଉ କରି ମିଥୁନଙ୍କୁ ଅଟକ ରଖି ତାଙ୍କ ଘରେ ଜେରା କରୁଥିଲେ । ତେବେ ଅତ୍ୟଧିକ ବିଳମ୍ବ ସାଙ୍ଗକୁ ମିଥୁନଙ୍କୁ ଛାଡୁ ନଥିବାରୁ ମିଥୁନଙ୍କ ବସ୍ତି ବାସିନ୍ଦା ଅପରାହ୍ନରେ ଏହି ସିବିଆଇ ଟିମକୁ ତୀଵ୍ର ବିରୋଧ କରିଥିଲେ।

ଏପରିକି ମହିଳା ମାନେ ହାତରେ ଠେଙ୍ଗା ବାଡି ଧରି ଏହି ସିବିଆଇ କର୍ମଚାରୀ ମାନଙ୍କ ଉପରେ ଆକ୍ରମଣ କରିଥିଲେ । ଯାହାକୁ ନେଇ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ଟାଉନ ପୋଲିସ ପହଞ୍ଚି ଏହି ସିବିଆଇ ଦଳଙ୍କୁ ଉତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରିଛନ୍ତି । ତେବେ ଏ ସମ୍ପର୍କରେ ସିବିଆଇ ଟିମ କିଛି ପାଟି ଖୋଲୁ ନଥିବାବେଳେ ପର୍ଣ୍ଣ ସାଇଡ ଖୋଲି ବିଦେଶୀ ଟଙ୍କା ରୋଜଗାର କରୁଥିବା ସୂଚନା ପାଇଥିଲା ଟିମ ।

ଏହାପରେ ସାଇବର କ୍ରାଇମ ଓ ଚାଲିଲ୍ଡ଼ ପର୍ଣ୍ଣ ପରି ବେଆଇନ କାରବାର ଓ ବିଦେଶୀ ଟଙ୍କା ନେଇ CBI ଏହି ଯାଞ୍ଚ କରୁଥିବା ଜଣାପଡି଼ଛି । ମିଥୁନ ନାୟକ ଜଣେ ITI ଟ୍ରେନିଂ କରିଥିବା ଜଣାପଡିଛି । ଏପଟେ ଅଭିଯୁକ୍ତ ମିଥୁନ ନାୟକଙ୍କ କହିବା ମୁତାବକ ସେ ଦେଶୀ MMS ନାମରେ ଫେକ ପର୍ଣ୍ଣ ସାଇଡ ଖୋଲି ୨୧ ଡଲାର ପାଇଥିବା ଓ ନିଜେ ଏହି ସାଇଡ଼ର ଆଡ଼ମିନ ଥିବା ସ୍ବୀକାର କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Nov 16, 2021, 6:06 PM IST

ABOUT THE AUTHOR

...view details