ଢେଙ୍କାନାଳ: ପରଜଙ୍ଗ ବ୍ଲକ ଆମ୍ବପଳାସ ଗ୍ରାମ ନିକଟରୁ ଚୋରା ମଦ ବୋଝେଇ ଏକ ବୋଲେରୋକୁ ପୋଲିସ ଜବତ କରିଛି । ଗାଡିରୁ ଖଣ୍ଡା ଭୁଜାଲି ପରି ମାରଣାସ୍ତ୍ର ଜବତ ହୋଇଛି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ପୋଲିସ ଓ ବିଭାଗ ପକ୍ଷରୁ ଆମ୍ବପଳାସ ଗ୍ରାମରେ ମିଳିତ ଚଢାଉ କରାଯାଇଛି । ଏହି ଚଢାଉ ବେଳେ ଏକ ବୋଲେରୋରେ ଦେଶୀ ମଦ ଚୋରା ଚାଲାଣ ହୋଇଥିବା ବେଳେ ଧରାପଡିଛି ।
ବୋଲେରୋରେ ଦେଶୀ ମଦ ଚାଲାଣ, 3 ଶହ ଲିଟର ମଦ ଜବତ - ବୋଲେରରେ ଦେଶୀ ମଦ ଚାଲାଣ
ପରଜଙ୍ଗ ବ୍ଲକ ଆମ୍ବପଳାସ ଗ୍ରାମ ନିକଟରୁ ଚୋରା ମଦ ବୋଝେଇ ଏକ ବୋଲେରୋକୁ ପୋଲିସ ଜବତ କରିଛି । ଅଧିକ ପଢନ୍ତୁ...

ବୋଲେରରେ ଦେଶୀ ମଦ ଚାଲାଣ, 3 ଶହ ଲିଟର ମଦ ଜବତ
ବୋଲେରରେ ଦେଶୀ ମଦ ଚାଲାଣ, 3 ଶହ ଲିଟର ମଦ ଜବତ
ଘଟଣାସ୍ଥଳରୁ ଗାଡି ଚାଳକ ଓ ମାଫିଆ ଖସି ପଳାଇଥିବାବେଳେ ପୋଲିସ ବୋଲେରୋ ସହ 3 ଶହ ଲିଟର ମଦ ଜବତ କରିଛି । ତେବେ ଯାଞ୍ଚ ବେଳେ ଗାଡିରୁ ଖଣ୍ଡା ଓ ଭୁଜାଲି ଆଦି ମାରଣାସ୍ତ୍ର ପୋଲିସ ଜବତ କରିଛି । ଏସମ୍ପର୍କରେ ପରଜଙ୍ଗ ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ