ଓଡିଶା

odisha

By

Published : Apr 26, 2020, 9:29 PM IST

ETV Bharat / state

ଲକଡାଉନରେ ଚାଲିଛି ମଦ ପ୍ରସ୍ତୁତି, କାବୁ କଲା ପୋଲିସ

ରବିବାର ଭୁବନ ପୋଲିସ ନେତୃତ୍ବରେ ମହୁଲପାଳ ପଞ୍ଚାୟତର ନୟାନୀଳକଣ୍ଠପୁର ଗ୍ରାମ ଜଙ୍ଗଲରେ ଚଢାଉ କରାଯାଇଥିଲା । କୌଶଳକ୍ରମେ ଘଟଣାସ୍ଥଳରୁ 6 ଜଣ ଫେରାର ହୋଇଥିଲେ ମଧ୍ୟ ଜଣକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।

liquor preparation amid of lockdown, fake liquor preparation, country liquor preparation in lockdown, liquor prepared in dhenkanal, dhenkanal latest news, ଲକଡାଉନରେ ମଦ ପ୍ରସ୍ତୁତି, ନକଲି ମଦ ପ୍ରସ୍ତୁତି, ଲକଡାଉନରେ ଦେଶୀ ମଦ ପ୍ରସ୍ତୁତି, ଢେଙ୍କାନାଳରେ ମଦ ପ୍ରସ୍ତୁତି, ଢେଙ୍କାନାଳ ଲାଟେଷ୍ଟ ନ୍ୟୁଜ୍‌
ଲକଡାଉନରେ ଚାଲିଛି ମଦ ପ୍ରସ୍ତୁତି, କାବୁ କଲା ପୋଲିସ

ଢେଙ୍କାନାଳ: ମହାମାରୀ କୋରୋନାରୁ ରକ୍ଷା ପାଇବା ପାଇଁ ଲକଡାଉନରେ ଦେଶ । ଯାହା ଫଳରେ ଦୋକାନ ବଜାର ବନ୍ଦ ସାଙ୍ଗକୁ ମଦ ଦୋକାନ ମଧ୍ୟ ସିଲ ରହିଛି । ଫଳରେ ଦେଶୀ ମଦ ମାଫିଆମାନେ ସକ୍ରିୟ ହୋଇ ପଡିଛନ୍ତି। ଏପରିସ୍ଥଳେ ଚୋରା ମଦର ପେଣ୍ଠସ୍ଥଳୀ କୁହାଯାଉଥିବା ଭୁବନ ଅଞ୍ଚଳରେ ଅବକାରୀ ବିଭାଗ ଓ ଭୁବନ ପୋଲିସ ମିଳିତ ଭାବେ ଚଢାଉ କରିଛି । ଚଢାଉରେ ବିପୁଳ ପରିମାଣରେ ନକଲି ମଦ ଓ ମଦ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି ।

ରବିବାର ଭୁବନ ପୋଲିସ ନେତୃତ୍ବରେ ମହୁଲପାଳ ପଞ୍ଚାୟତର ନୟାନୀଳକଣ୍ଠପୁର ଗ୍ରାମ ଜଙ୍ଗଲରେ ଏହି ଚଢାଉ କରାଯାଇଥିଲା । କୌଶଳକ୍ରମେ ଘଟଣାସ୍ଥଳରୁ 6 ଜଣ ଫେରାର ହୋଇଥିଲେ ମଧ୍ୟ ଜଣକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଗିରଫ ଜଣକ ନୟାନୀଳକଣ୍ଠପୁରର ବାବୁ ପାତ୍ର । ତେବେ ଘଟଣାସ୍ଥଳରୁ ମଦ ପ୍ରସ୍ତୁତିରେ ବ୍ୟବହୃତ ତିନୋଟି ହାଣ୍ଡି, ଦୁଇଟି ଜାରକିନ ମହୁଲି ମଦ ଓ ଗୋଟିଏ ଜାରକିନ ସ୍ପିରିଟ ଜବତ କରିଛି ଭୁବନ ପୋଲିସ ।

ଲକଡାଉନରେ ଚାଲିଛି ମଦ ପ୍ରସ୍ତୁତି, କାବୁ କଲା ପୋଲିସ

ଫେରାର ହୋଇଯାଇଥିବା ସମ୍ପୃକ୍ତ ଗ୍ରାମର ଜଳଧର ସାମଲ, ରବି ସାମଲ, ଅକ୍ଷୟ ସାମଲଙ୍କ ସମେତ 6 ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ଭୁବନ ପୋଲିସ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details